ଆନନ୍ଦପୁର, ୯। ୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ମାର୍ଶାପାଳ ଗ୍ରାମର ଜନୈକା ମହିଳାଙ୍କର ସାପ କାମୁଡ଼ାରେ ମଙ୍ଗଳବାର ମୃତ୍ୟୁ ଘଟିଛି। ସେ ହେଲେ ବାଙ୍ଗି ସୋରେନ୍(୪୨)। ବାଙ୍ଗି ଘରେ ଶୋଇଥିବା ବେଳେ ଏକ ବିଶାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା। ପରିବାରଲୋକେ ଚିକିତ୍ସା ପାଇଁ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ବାଙ୍ଗିଙ୍କୁ ମୃତ ଘୋଷଣା କରିଛନ୍ତି।