ସାପ କାମୁଡାରେ ଯୁବକଙ୍କ ପ୍ରାଣଗଲା

ସୋର, ୨୯।୯(ଡି.ଏନ.ଏ.)-ସୋର ଥାନା ଅନ୍ତର୍ଗତ ମାଣିପୁର ପଞ୍ଚାୟତ ରାଧାବଲ୍ଲଭପୁର ଗ୍ରାମର ଅର୍ଜୁନ ସାହୁ (୩୬)ଙ୍କର ସାପ କାମୁଡାରେ ମୃତ୍ୟୁ ଘଟିଛି। ଯୁବକ ଜଣକ ଶନିବାର ଅପରାହ୍ନରେ ଘାସ କାଟିବା ପାଇଁ ବିଲକୁ ଯାଇଥିଲେ। ସେଠାରେ ତାଙ୍କୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ସେଠାରେ ସେ ଅଚେତ୍‌ ହୋଇ ପଡ଼ିଯାଇଥିଲେ। ଅନ୍ୟ ଜଣେ ଚାଷୀ ବାଟରେ ଯାଉଥିବା ବେଳେ ଏହା ଦେଖି ଯୁବକଙ୍କ ପରିବାରକୁ ଖବର ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।