Categories: ଜାତୀୟ

ସାପ କାମୁଡା ରୋଗୀଙ୍କୁ ଖଟିଆରେ ବୋହିଲେ ଯବାନ

ବିଜାପୁର,୧୮।୮: ଛତିଶଗଡ଼ ବିଜାପୁରର ପୁସକୁନ୍ତା ଅଞ୍ଚଳରେ ଶନିବାର ଜଣେ ବ୍ୟକ୍ତିଙ୍କୁ ସାପ କାମୁଡିବା ଫଳରେ ସେ ଗୁରୁତର ହୋଇଥିଲେ। ହେଲେ ଗାଁର ରାସ୍ତା ଅବସ୍ଥା ଭଲ ନ ଥିବାରୁ ସେଠାରେ ଆମ୍ବୁଲାନ୍ସ ପହଞ୍ଚିବା ସମ୍ଭବ ପର ହୋଇ ନ ଥିଲା। ଫଳରେ ସେଠାରେ ଥିବା ସିଆର୍‌ପିଏଫ୍‌ ଯବାନମାନେ ଉକ୍ତ ବ୍ୟକ୍ତିଙ୍କୁ ଏକ ଖଟିଆରେ ପ୍ରାୟ ୨.୫ କିଲୋମିଟର ବୋହିନେବା ପରେ ସେଠାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି। ସୂଚନାଯୋଗ୍ୟ, ଗତ ୨ବର୍ଷ ତଳେ ଉକ୍ତ ବ୍ୟକ୍ତିଙ୍କ ସ୍ତ୍ରୀଙ୍କର ସାପ କାମୁଡାରେ ମୃତ୍ୟୁ ହୋଇଥିଲା।

Share