ସାପ, ବାଦୁଡିଙ୍କ ଦ୍ୱାରା ବ୍ୟାପୁଛି କୋରୋନା ଭାଇରସ !

ବେଜିଂ,୨୩।୧: ଚାଇନାରେ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି କୋରୋନା ଭାଇରସ। ଏବେ ଚାଇନାରେ ଏହି ଭାଇରସ ଆକ୍ରାନ୍ତରେ ୧୭ ଜଣଙ୍କ ମୃତ୍ୟୁ ହେବା ସହ ୫୫୦ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଚାଇନାର କେତେଜଣ ବିଶେଷଜ୍ଞଙ୍କ ମତରେ ଯେଉଁମାନେ ବନ୍ୟଜୀବ ଯେମିତିକି, କୁକୁଡା, ବାଦୁଡ଼ି ଓ ସାପ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କଠାରେ ଏହି ଭାଇରସ ମିଳିଥିବା ଅନୁମାନ କରାଯାଉଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ୨୦୧୯ରେ ଏହାର ନାମ ଏନ୍‌ କୋଭ(nCoV) ଦେଇଥିଲା। ଏହା ଏକ ମେଡିକାଲ ପତ୍ରିକାରେ ପ୍ରକାଶ ପାଇଥିବା ଜଣାପଡିଛି। ଏହା ପ୍ରଥମେ ୨୦୧୯ରେ ଚାଇନାର ବୁହାନ ସହରରେ ଦେଖାଯାଇଥିଲା। ବିଶେଷଜ୍ଞମାନେ ଅନୁମାନ କରିଛନ୍ତି କି କୋରୋନା ଭାଇରସ ମନୁଷ୍ୟ ନିକଟକୁ ଆସିବା ପୂର୍ବରୁ ସାପ ନିକଟରେ ଥିବା ଅନୁମାନ କରାଯାଏ। ଏହା ସାର୍ସ ବା severe acute respiratory syndrome coronavirus (SARS)ସହ ସମାନ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ଯାହା ୨୦୦୩ରେ ପ୍ରାୟ ୮,୪୨୨ଜଣଙ୍କୁ ନିଜ କବଳକୁ ନେବା ସହ ଏଥିରେ ପ୍ରାୟ ୯ଶହ ଜଣଙ୍କ ମୃତ୍ୟୁ ହୋଇଥିଲା। ଏବେ ବିଶେଷଜ୍ଞମାନେ କହିଛନ୍ତି ଏହି ଭାଇରସ ସାପ ଓ ବାଦୁଡ଼ିଙ୍କଠାରୁ ଆସିଥାଇପାରେ। ବେଜିଂର ଚାଇନିଜ ଏକାଡେମୀ ଅଫ୍‌ ସାଇନସେସ୍‌ ଦ୍ୱାରା ଅଧ୍ୟୟନ ପତ୍ରିକା ସାଇନ୍ସ ଚାଇନା ଲାଇଫ୍‌ ସାଇନ୍ସରେ ପ୍ରକାଶ ପାଇଥିବା କୁହାଯାଏ।

Share