ନୂଆଦିଲ୍ଲୀ, ୧୫।୩ (ପି.ଟି.)- ଦିନକୁ ଦିନ କରୋନା ଭାଇରସ୍ ଦେଶରେ ଏହାର କାୟା ବିସ୍ତାର କରି ଚାଲିଥିବାବେଳେ ଏହାକୁ ମୁକାବିଲା କରିବା ପାଇଁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଆଗେଇ ଆସିଛନ୍ତି। କରୋନା ଭାଇରସ୍ରୁ ବର୍ତ୍ତିବା ଲାଗି ଜରୁରୀ ସାବଧାନ ଅବଲମ୍ବନ କରିବା ପାଇଁ ବିରାଟ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି। ସେ ତାଙ୍କ ଟୁଇଟର୍ ପୃଷ୍ଠାରେ ଉଲ୍ଲେଖ କରିଛନ୍ତି ଯେ, ‘ସମସ୍ତେ ଦୃଢ଼ ଓ ସାବଧାନ ରୁହ ଏବଂ କରୋନା ଭାଇରସ୍କୁ ମୁକାବିଲା କର। ସୁରକ୍ଷିତ ରୁହ, ସତର୍କ ରୁହ ଏବଂ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ମନେରଖିବା କଥା ହେଉଛି ନିରାମୟ ଲାଗି ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବା ସବୁଠୁ ଭଲ। ପ୍ରକାଶଯୋଗ୍ୟ, ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ଅଧାରୁ ବାତିଲ ହେବାପରେ କୋହଲି ଶୁକ୍ରବାର ଲକ୍ଷ୍ନୌ ବିମାନବନ୍ଦରରେ ମାକ୍ସ ପରିଧାନ କରିଥିବାର ଦେଖିବାକୁ ମିଳିଥିଲା।