ସାବଧାନ ଥରେ ହ୍ୟାଲୋ କହିଲେ ଆପଣଙ୍କ ବ୍ୟାଙ୍କ ଖାତା ହୋଇଯିବ ଶୂନ !

ରାଞ୍ଚି,୨୫।୧: ବେଳେବେଳେ କେତେକ ଅଚିହ୍ନା ଲୋକ ମୋବାଇଲ ଯୋଗେ ଆପଣଙ୍କ ବ୍ୟାଙ୍କ ଖାତା ସମ୍ପର୍କରେ କିଛି ସୂଚନା ଦେଇଥାନ୍ତି। ତେବେ ଏଭଳି ଫୋନ୍‌ କଲ୍‌ ଠାରୁ ଦୂରେଇ ରହିବା ଆବଶ୍ୟକ। ନଚେତ ଆଖିପିଛୁଳାକେ ଆପଣଙ୍କ ବ୍ୟାଙ୍କ ଖାତା ଶୂନ ହୋଇଯିବ। ଝାଡ଼ଖଣ୍ଡର ଜାମତାରା ଜିଲାରେ ବହୁ ଲୋକ ଏଭଳି ସାଇବର ଅପରାଧ ସହିତ ଜଡ଼ିତ। ମୈଥିଳି ଭାଷାରେ ଏହି ଜିଲାର ନାମର ଅନୁବାଦ ସାପମାନଙ୍କ ଘର ବୋଲି ଲୋକେ କହିଥାନ୍ତି। ସାପପରି ଏଠାକାର ବାସିନ୍ଦା ମଧ୍ୟ ଭୟଙ୍କର। ସେମାନେ ବିଭିନ୍ନ ମୋବାଇଲ୍‌ ଗ୍ରାହକଙ୍କ ଫୋନ୍‌କୁ ଫେକ୍‌ କଲ୍‌ କରି ସେମାନଙ୍କଠାରୁ ବ୍ୟାଙ୍କ ଖାତା ସମ୍ପର୍କିତ ସୂଚନା ହାସଲ କରିଥାନ୍ତି। ଏହାପରେ ଖାତାରେ ଜମା ଟଙ୍କା ପରିମାଣ ଶୂନ ହୋଇଯାଇଥାଏ। ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ମାତ୍ର କେଇ ମିନିଟ୍‌ ମଧ୍ୟରେ କାଙ୍ଗାଳ ପାଲଟି ଯାଇଥାନ୍ତି। ଜାମତାରା ଅଞ୍ଚଳର ବହୁ ଲୋକଙ୍କ ବିରୋଧରେ ସାଇବର ଆପରାଧିକ ମାମଲା ରହିଛି। କେତେକ ଜେଲ୍‌ରେ ମଧ୍ୟ ରହିଛନ୍ତି। ଏହି ଅଞ୍ଚଳର ଲୋକେ ସାଇବର ଅପରାଧକୁ କାହିଁ ବେଶି ପସନ୍ଦ କରିଥାନ୍ତି ତାହାର ରହସ୍ୟ ଏବେ ମଧ୍ୟ ଅଜଣା ହୋଇ ରହିଛି।

Share