Categories: ଜାତୀୟ

ସାବରମତୀରେ ଗାନ୍ଧୀଙ୍କ ଚରଖା ଦେଖିଲେ ଟ୍ରମ୍ପ୍‌-ମେଲାନିଆ

ଅହମଦାବାଦ୍‌,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଅହମଦାବାଦ୍‌ ବିମାନ ବନ୍ଦରରୁ ସିଧା ସଳଖ ପ୍ରାୟ ୭ କିମି ଦୂରରେ ଥିବା ସାବରମତୀ ଆଶ୍ରମରେ ପହଞ୍ଚିଛନ୍ତି। ସେଠାରେ ଟ୍ରମ୍ପ୍‌ ସ୍ତ୍ରୀ ମିଲେନିଆ ଟ୍ରମ୍ପ୍‌ଙ୍କ ସହିତ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଚରଖା ଦେଖିବା ସହିତ ଏହାର କାର୍ଯ୍ୟ ଶୈଳୀ ପଚାରି ବୁଝିଛନ୍ତି। ପାଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ଥିଲେ।

Share