Categories: ଜାତୀୟ

‘ସାବରିମାଳା ମନ୍ଦିରକୁ ମହିଳା ପ୍ରବେଶ ରାୟ ଚୂଡ଼ାନ୍ତ ନୁହେଁ’

ନୂଆଦିଲ୍ଲୀ, ୬।୧୨(ଆଇଏଏନ୍‌ଏସ୍‌): କେରଳର ସାବରିମାଳାସ୍ଥିତ ଆୟାପ୍ପା ମନ୍ଦିରକୁ ସବୁ ବୟସ ଓ ବର୍ଗର ମହିଳାଙ୍କ ପ୍ରବେଶ ନେଇ ୨୦୧୮ରେ ଦିଆଯାଇଥିବା ରାୟ ଚୂଡ଼ାନ୍ତ ନୁହେଁ ବୋଲି ଗୁରୁବାର ସୁପ୍ରିମକୋର୍ଟ ଦର୍ଶାଇଛନ୍ତି। ଏହି ମାମଲା ବୃହତ୍‌ ଖଣ୍ଡପୀଠକୁ ପଠାଯାଇଛି। ସାମରିମାଳାରେ ମହିଳା ଶ୍ରଦ୍ଧାଳୁ ବିନ୍ଦୁ ଆମ୍ମିନିଙ୍କ ପ୍ରବେଶ ଉଦ୍ୟମ ବେଳେ ମାଡ଼ ମରାଯିବା ଓ ବିରୋଧ କରାଯିବା ଘଟଣାରେ ବରିଷ୍ଠ ଓକିଲ ଇନ୍ଦିରା ଜୟସିଂ ଏହା କୋର୍ଟ ରାୟର ଅବମାନନା ବୋଲି ଦର୍ଶାଇଥିବାବେଳେ ସୁପ୍ରିମକୋର୍ଟ ଏଭଳି କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ପୁନଃ ସମୀକ୍ଷା ଲାଗି ୭ ଜଣିଆ ଖଣ୍ଡପୀଠକୁ ପଠାଯାଇଥିବାରୁ ୨୦୧୮ରେ ଦିଆଯାଇଥିବା ରାୟ ଚୂଡ଼ାନ୍ତ ନୁହେଁ ବୋଲି ଦର୍ଶାଇଥିଲେ।

Share