ସାବିତ୍ରୀ ଭୋଗ ଖାଇ ୧୦ ଅସୁସ୍ଥ

ବନ୍ତ,୨୩ା୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ ରାମପୁର ଗ୍ରାମର ୧୦ଜଣ ବ୍ୟକ୍ତି ସାବିତ୍ରୀ ଭୋଗ ଖାଇ ଅସୁସ୍ଥ ହୋଇଥିବା ବେଳେ ୨ ଜଣଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ା
ସୂଚନାଯୋଗ୍ୟ, ସାବିତ୍ରୀ ବ୍ରତ ଅବସରରେ ରାମପୁର ଗ୍ରାମର କିଛି ବ୍ୟକ୍ତି ସାବିତ୍ରୀ ଭୋଗ ଖାଇଥିଲେ। ଉକ୍ତ ଭୋଗ ଖାଇବା ପରେ ଲୋକେ ଝାଡ଼ାବାନ୍ତି ହୋଇଥିଲେ ା ସେମାନଙ୍କ ମଧ୍ୟରୁ ଶନିବାର ୧୦ଜଣଙ୍କୁ କେନ୍ଦୁଆପଦା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା ା ସେଠାରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁୁ ସେମାନଙ୍କୁ ଭଦ୍ରକ ସ୍ଥାନାନ୍ତର କରାଯାଇଥିଲା ା ଅନ୍ୟ ୮ ଜଣଙ୍କୁ କେନ୍ଦୁଆପଦା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ା ସେମାନେ ହେଲେ ଋଷିକେଶ ବିଶ୍ୱାଳ, ମାନସୀ ବିଶ୍ୱାଳ, ଜ୍ୟୋତ୍ସ୍ନାରାଣୀ ନାୟକ, ଜ୍ୟୋତ୍ସ୍ନା ବିଶ୍ୱାଳ, ସଦାଶିବ ବିଶ୍ୱାଳ, ଆକାଶ ନାୟକ, ଦେବାଶିଷ ବିଶ୍ୱାଳ, ଝୁନୁବାଳା ନାୟକ। ଅପରାହ୍ନ ସୁଦ୍ଧା ୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣେ ଚିକିତ୍ସାଧୀନ ଅଛନ୍ତି।