ସାବିତ୍ରୀ ରଥ ହେଲେ ହାଇକୋର୍ଟର ନୂଆ ବିଚାରପତି

କଟକ ଅଫିସ,୯।୬: ବରିଷ୍ଠ ଆଇନଜୀବୀ ସାବିତ୍ରୀ ରଥଙ୍କୁ ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରଥଙ୍କ ନାମକୁ ହାଇକୋର୍ଟର କଲେଜିୟମ ଗତବର୍ଷ ମେ’ରେ ସୁପ୍ରିମକୋର୍ଟର କଲେଜିୟମକୁ ସୁପାରିଶ କରିଥିଲେ। ଏହା ପରେ ଗତ ଜାନୁଆରୀରେ ସୁପ୍ରିମକୋର୍ଟର କଲେଜିୟମ ତାଙ୍କ ନାମକୁ ଆଇନ ମନ୍ତ୍ରଣାଳୟକୁ ସୁପାରିଶ କରିଥିଲେ।

Share