‘ସାବୁନରେ ହାତ ଧୋଇ ଗାଁରେ ପଶ’

ଠାକୁରମୁଣ୍ଡା,୨୭ା୩(ଡ଼ି.ଏନ୍‌.ଏ.)-କରୋନା ସଂକ୍ରମଣ ରୋକିବା ଦିଗରେ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ସାଲେଇବେଡା ପଞ୍ଚାୟତ ଅନ୍ତର୍ଗତ ସାନମହୁଲଡିହା ଗ୍ରାମବାସୀ ଅଭିନବ ପ୍ରୟାସ ଆପଣାଇଛନ୍ତି। ବାହାର ଅଞ୍ଚଳର ଯେଉଁ ବ୍ୟକ୍ତି ଗଁାକୁ ଆସୁଛନ୍ତି ସେମାନଙ୍କୁ ଗଁା ମୁଣ୍ଡରୁ ପ୍ରଥମେ ସାନିଟାଇଜର ଓ ସାବୁନରେ ହାତ ଧୋଇବାକୁ କୁହାଯାଉଛି। ଏହାପରେ ଗାଁରେ ପ୍ରବେଶ କରିବାକୁ ଅନୁମତି ମିଳୁଛି। ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ଉଦ୍ୟମରେ ଗ୍ରାମର ପ୍ରବେଶ ପଥରେ ବାଉଁଶ ବାନ୍ଧି ରାସ୍ତାକୁ ବନ୍ଦ କରି ଦିଆଯାଇଛି। ସେମାନେ ଗ୍ରାମବାସୀଙ୍କ ସହିତ ମିଶି ପାଳି କରି ବସି ରହୁଛନ୍ତି। ଅଙ୍ଗନୱାଡି କର୍ମୀ ଶାନ୍ତିଲତା ପୂର୍ତ୍ତୀ ଓ ରତନି ଗାଗରାଇ କହିଛନ୍ତି ଯେ, ସେମାନେ ଗ୍ରାମ ଲୋକଙ୍କୁ ନେଇ ସଚେତନ କରିବା ସମୟରେ ଏପରି ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ଆବଶ୍ୟକ ହେଉଥିବା ଅର୍ଥ ଗାଁ କଲ୍ୟାଣ ସମିତିରୁ ଖର୍ଚ୍ଚ କରାଯିବାକୁ ପ୍ରସ୍ତାବ ରହିଛି।

Share