ସାବୁନ ବାଣ୍ଟିଲେ ମହିଳା ଗ୍ରୁପ

ବାହାନଗା, ୩ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖରାସାହାପୁର ପଞ୍ଚାୟତର ବ୍ରହ୍ମପୁର ଗ୍ରାମରେ ଥିବା ମହାଲକ୍ଷ୍ମୀ ମହିଳା ଏସଏଚ୍‌ଜି ଦ୍ୱାରା କରୋନା ସତର୍କତା ନିମନ୍ତେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗ୍ରୁପ ପକ୍ଷରୁ ଗ୍ରାମର ମହିଳା ପୁରୁଷମାନଙ୍କୁ ହାତ ଧୋଇବା ପାଇଁ ସାବୁନ ବଣ୍ଟନ କରାଯାଇଥିଲା। ସଭାନେତ୍ରୀ ଜୟନ୍ତୀ ଜେନାଙ୍କ ପୌରୋହିତ୍ୟରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ସଂଘର ସମସ୍ତ ସଦସ୍ୟାମାନେ ଯୋଗଦେଇ ଏହି ରୋଗର ଭୟାବହତା ସମ୍ପର୍କରେ ଆଲୋଚନା କରିବା ସହିତ ନିଜ ଗ୍ରାମକୁ କିପରି ସଂକ୍ରମଣ ନ ହେବ ସେଥିପ୍ରତି ଆଲୋଚନା କରି ଉପସ୍ଥିତ ଗ୍ରାମବାସୀ ଓ ମହିଳାମାନଙ୍କୁ ବୁଝାଇ ସଚେତନ କରିଥିଲେ ା ମହାଲକ୍ଷ୍ମୀ ମହିଳା ଏସଏଚ୍‌ଜି ତରଫରୁ ପରିଷ୍କାର ରହିବା ସହିତ ବାହାରକୁ ଗଲେ ସାବୁନରେ ହାତ ଧୋଇ ଘରକୁ ପ୍ରବେଶ କରିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସଭାପତି ଯେନା, ସମ୍ପାଦିକା ଶକୁନ୍ତଳା ନାୟକ, ସଦସ୍ୟା ନିରୁପମା ଯେନା, ମନୋରମା ପାତ୍ର, ମୋନାଲିସା ନାୟକ, ରାଜଶ୍ରୀ ରାଉତ, ବାସନ୍ତୀ ଯେନା, କନକଲତା ରାଉତ, ମୀନତି ମହାପାତ୍ର, ଲକ୍ଷ୍ମୀପ୍ରିୟଦର୍ଶନୀ ଯେନା, ମଧୁସ୍ମିତା ଯେନା, ପୂଜାଶ୍ରୀ ରାଉତ ପ୍ରମୁଖ ସହଯୋଗ କରିଥିଲେ ା