Categories: ବାଣିଜ୍ୟ

ସାବୁନ ମୂଲ୍ୟ କମାଇଲେ କମ୍ପାନୀ

ନୂଆଦିଲ୍ଲୀ,୨୨-୩: ଦେଶର ପ୍ରମୁଖ ଏଫ୍‌ଏମ୍‌ସିଜି କମ୍ପାନୀ ହିନ୍ଦୁସ୍ଥାନ ୟୁନିଲିଭର ଲିମିଟେଡ, ଗୋଦରେଜ କଞ୍ଜ୍ୟୁମର, ପତଞ୍ଜଳି କରୋନା ବିରୋଧରେ ଲଢେଇକୁ ଜୋରଦାର କରିବା ସ୍ବରୂପ ସାବୁନ ଏବଂ ସ୍ବଚ୍ଛତା ପ୍ରଡକ୍ଟର ମୂଲ୍ୟ କମାଇଛନ୍ତି। ଏହାବାଦ୍‌ ଏହି ସାମଗ୍ରୀଗୁଡିକର ଉତ୍ପାଦନ କମ୍ପାନୀଗୁଡିକ ବଢାଇଥିବା କହିଛନ୍ତି। କରୋନା ପ୍ରତିରୋଧ ଲାଗି ହିନ୍ଦୁସ୍ଥାନ ୟୁନିଲିଭର ୧୦୦ କୋଟି ଟଙ୍କା ପ୍ରଦାନ କରିବ ବୋଲି ଘୋଷଣା କରିଛି। କମ୍ପାନୀ ଲାଇଫବୟ ସାନିଟାଇଜର, ଲିକ୍ୟୁଡ ହ୍ୟାଣ୍ଡଓ୍ବାଶ, ଡୋମେସ୍କ ଫ୍ଲୋର କ୍ଲିନରର ମୂଲ୍ୟ ୧୫% କମାଇଛି। କମ୍ପାନୀର ଏହି ଘୋଷଣା ନୂଆ ପ୍ରଡକ୍ଟ ଉପରେ କାମ କରିବ। ନୂଆ ପ୍ରଡକ୍ଟଗୁଡିକ କମ୍‌ ଦିନରେ ବଜାରକୁ ଆସିବ ବୋଲି ଏହା କହିଛି। ସେହିଭଳି ପତଞ୍ଜଳି ଆୟୁର୍ବେଦ ଆଲୋଭେରା ଏବଂ ହଳଦୀ ଚନ୍ଦନ ସାବୁନ ମୂଲ୍ୟ ୧୨.୫% ହ୍ରାସ ଘୋଷଣା କରିଛି।

Share