ଲକ୍ଡାଉନ ସମୟରେ ରିଟେଲ ଷ୍ଟୋରଗୁଡିକରୁ ନେଇ ଅନ୍ଲାଇନ ଆପ୍ଗୁଡିକରୁ ନିତ୍ୟବ୍ୟବହାର ହେଉଥିବା ସାମଗ୍ରୀ ବିକ୍ରିରେ ବୃଦ୍ଧି ଘଟିଛି। ଏହି ସମୟରେ ପ୍ୟାନିକ ବାଇଙ୍ଗ ବା ଡରରୁ ସାମଗ୍ରୀ କିଣି ଜମା କରିବାକୁ ରୋକିବା ଲାଗି ବଡ ବଡ କରିନା ଷ୍ଟୋର ଗୁଡିକ ନୂଆ ପଦକ୍ଷେପ ହାତକୁ ନେଇଛନ୍ତି। ରିଲାଏନ୍ସ ରିଟେଲ, ଇଜି ଡେ, ସ୍ପନସର ରିଟେଲ, ଗ୍ରୋଫର୍ସ, ବିଗବାସ୍କେଟ ଏବଂ ବିଗ୍ ବଜାର ଭଳି ବଡ ବଡ ଷ୍ଟୋରଗୁଡିକ ଆବଶ୍ୟକତାଠାରୁ ଅଧିକ ସାମଗ୍ରୀ ଉପରେ କଟକଣା ଲଗାଇଛନ୍ତି। ଏହି ଷ୍ଟୋରଗୁଡିକରୁ ଲୋକମାନେ ଆବଶ୍ୟକତାଠାରୁ ଅଧିକ ସାମଗ୍ରୀ କିଣି ନେଇ ପାରିବେ ନାହିଁ। ସାମଗ୍ରୀର ସୀମା ମଧ୍ୟ ନିର୍ଦ୍ଧାରଣ କରାଯାଇଛି। ଲକ୍ଡାଉନ ଅବଧି ବଢିବା ଆଶଙ୍କା କରାଯାଉଥିବାରୁ ଲୋକମାନେ ସେମାନଙ୍କ ଘରେ ଅଧିକ ପରିମାଣର ସାମଗ୍ରୀ କିଣି ରଖୁଛନ୍ତି। ଏହାକୁ ଧ୍ୟାନରେ ରଖି ବିଭିନ୍ନ ଷ୍ଟୋର ଗ୍ରାହକ କେତେ ପରିମାଣର ସାମଗ୍ରୀ କିଣି ପାରିବେ ସେ ନେଇ ସୀମା ନିର୍ଦ୍ଧାରଣ କରିଛନ୍ତି।