Categories: ଜାତୀୟ

ସାମନା ସମ୍ପାଦକ ପଦରୁ ଇସ୍ତଫା ଦେଲେ ଉଦ୍ଧବ

ମୁମ୍ବାଇ,୨୮।୧୧: ଶିବସେନା ମୁଖପତ୍ର ସାମନାର ସମ୍ପାଦକ ପଦରୁ ଉଦ୍ଧବ ଠାକ୍‌ରେ ଇସ୍ତଫା ଦେଇଛନ୍ତି। ମହାରାଷ୍ଟ୍ରର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ଉଦ୍ଧବ ଏପରି କରିଛନ୍ତି। ମରାଠି ଏବଂ ହିନ୍ଦୀ ଭାଷାରେ ପ୍ରକାଶିତ ହେଉଥିବା ଏହି ଖବର କାଗଜ ବାଲା ଠାକ୍‌ରେଙ୍କ ଦ୍ୱାରା ୧୯୮୮ଜାନୁୟାରୀ ୨୩ରେ ଆରମ୍ଭ ହୋଇଥିଲା। ୧୯୯୩ ଫେବୃୟାରୀ ୨୩ରେ ଏହାର ଦ୍ୱିପହର ହିନ୍ଦୀ ସଂସ୍କରଣ ପ୍ରକାଶ ପାଇଥିଲା।

Share