ନୂଆଦିଲ୍ଲୀ,୨୬।୬: ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ଓ୍ବିଙ୍ଗ୍(ର) ଚିଫ୍ ଭାବେ ସାମନ୍ତ ଗୋଏଲଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ନିଯୁକ୍ତ କରିଛନ୍ତି। ୧୯୮୪ ବ୍ୟାଚ୍ର ଏହି ଆଇପିଏସ୍ ଅଫିସର ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ର ପ୍ଲାନିଂ କରିଥିବା କୁହାଯାଉଛି। ସେ ବର୍ତ୍ତମାନ ‘ର’ ଚିଫ୍ ଅନୀଲ୍ କୁମାର ଧସ୍ମାନାଙ୍କ ସ୍ଥାନରେ କାର୍ଯ୍ୟ କରିବେ। ଏହା ସହିତ ଇଣ୍ଟେଲଜେନ୍ସ୍ ବ୍ୟୁରୋ ନିର୍ଦ୍ଦେଶକ ଭାବେ ଆଇପିଏସ୍ ଅଫିସର ଅରବିନ୍ଦ କୁମାରଙ୍କୁ ନିଯୁକ୍ତ କରାଯାଇଛି।