Categories: ବାଣିଜ୍ୟ

ସାମସଙ୍ଗ ଆଣିଲା ନୂଆ ଗାଲାକ୍ସି ନୋଟ ୧୦

ମୁମ୍ବାଇ, ୨୯-୮: ସାମସଙ୍ଗ ପକ୍ଷରୁ ନୂଆ ଗାଲାକ୍ସି ନୋଟ ୧୦ ଏବଂ ୧୦ ପ୍ଲସ ସ୍ମାର୍ଟଫୋନ ବଜାରକୁ ଆସିଛି। ଯୁବବର୍ଗଙ୍କ ଚାହିଦାକୁ ଧ୍ୟାନରେ ରଖି କମ୍ପାନୀ ଏଭଳି ପଦକ୍ଷେପ ଗ୍ରହଣ କରିଛି। ନୂଆ ସ୍ମାର୍ଟଫୋନରେ ଆକର୍ଷଣୀୟ ଡିଜାଇନ, ଶକ୍ତିଶାଳୀ ପରଫରମାନ୍ସ, ଏବଂ ଉତ୍ପାଦକତା ଟୁଲ ଗ୍ରାହକ ଲାଭ କରିପାରିବେ। ଏଥିରେ ଥିବା ସ୍ବତନ୍ତ୍ର ଏସ୍‌ ପେନ ଏବଂ ଅନ୍ୟ ଆକର୍ଷଣୀୟ ଫିଚର ଗ୍ରାହକଙ୍କ ପସନ୍ଦ ଆସିବ ବୋଲି ସାମସଙ୍ଗ ସଭାପତି ଏଚ୍‌ସି ହଙ୍ଗ କହିଛନ୍ତି। ଏସ୍‌ପେନ ସହାୟତାରେ ହାତଲେଖାକୁ ଡିଜିଟାଲ ଟେକ୍ସଟରେ ରୂପାନ୍ତର କରାଯାଇ ପାରିବ। ସେହିଭଳି ୭ ଏନ୍‌ଏମ୍‌ ପ୍ରୋସେସର ଏଥିରେ ସ୍ଥାନୀତ କରାଯାଇଛି। ୧୨ ଜିବି ଏବଂ ୮ ଜିବି ରାମରେ ଏହା ଆସୁଛି। ପ୍ରୋଗ୍ରେଡ କ୍ୟାମେରା, ଭିଡିଓ ଏଡିଟିଂ, ଏଆର୍‌ ଡୁଡୁଲ, ୩ ଡି ସ୍କାନର ଗ୍ରାହକ ଏଥିରେ ଲାଭ କରିପାରିବେ।

Share