ସାମାକୋଇ ନଦୀରୁ ବେଆଇନ ବାଲି ଚାଲାଣ: କାର୍ଯାନୁଷ୍ଠାନ ଦାବି କଲେ ଗ୍ରାମବାସୀ

ତେଲକୋଇ, ୨୭।୧୧(ଡି.ଏନ.ଏ.)-କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଅନ୍ତର୍ଗତ କରଦାଙ୍ଗୀ ପଞ୍ଚାୟତ ଦେଇ ପ୍ରବାହିତ ସାମାକୋଇ ନଦୀ ପଠାରୁ ଦୈନିକ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଟ୍ରାକ୍ଟର, ଡମ୍ଫର ଯୋଗେ ବାଲି ଉଠାଣ ହେଉଛି। ଏନେଇ ଗ୍ରାମବାସୀ ସ୍ଥାନୀୟ ତହସିଲଦାରଙ୍କ ଠାରେ ଅଭିଯୋଗ କିରିଛନ୍ତି। ଏହି ପଠାରେ ବାଲି ଉଠାଇବାକୁ କାହାକୁ ଲିଜ ଦିଆଯାଇ ନ ଥିବାରୁ ସରକାର ରାଜସ୍ବ ହରାଉଥିବାବେଳେ ନଦୀ ତଟ ଅଞ୍ଚଳ ପ୍ରତି ବିପଦ ଦେଖାଦେଇଛି। ତହସିଲ କର୍ତ୍ତୃପକ୍ଷ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏସମ୍ପର୍କରେ ସ୍ଥାନୀୟ ତହସିଲଦାର ଅଶ୍ୱିନୀ କୁମାର ନାୟକଙ୍କୁ ପଚାରିବାରୁ ସିରିଗିଡା ସର୍କଲ ରାଜସ୍ବ ନିରୀକ୍ଷକଙ୍କୁ ତୁରନ୍ତ ଅନୁଧ୍ୟାନ କରି ରିପୋର୍ଟ ଦେବାଲଗି ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି।