ସାମାଜିକକର୍ମୀ ବାଣ୍ଟିଲେ ରାଶନ ସାମଗ୍ରୀ

ଜି.ଉଦୟଗିରି,୩|୪(ଡି.ଏନ.ଏ.)-କରୋନା ସଂକ୍ରମଣ ରୋକିବା ପାଇଁ ସାରା ଦେଶ ବନ୍ଦ ରହିଥିବା ବେଳେ ଗରିବ, ଦିନ ମଜୁରିଆ ଦିନକୁ ଦିନ ଖାଦ୍ୟ ପାଇବା କଷ୍ଟକର ହୋଇଛି। ଏହିଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଅସହାୟମାନଙ୍କୁ ରାଶନ ସାମଗ୍ରୀ ଯୋଗାଣ କରିଛନ୍ତି କେତେକ ସ୍ବେଚ୍ଛାସେବୀ। ଜି.ଉଦୟଗିରି ଏନ୍‌ଏସି ଅଞ୍ଚଳର ହାଟ ପଡ଼ିଆରେ ଅସହାୟ ଏବଂ ବୁଲୁସୁଗା, ପଦାସାହି, ଜୁଗୁଡ଼ି ଓ ମାଲିକପଡ଼ି ପଞ୍ଚାୟତର କଟାବାଲି ଆଦି ଗ୍ରାମରେ ଥିବା ଅସହାୟ ପରିବାରଙ୍କୁ ରାଶନ ସାମଗ୍ରୀ ବଣ୍ଟନ କରିଛନ୍ତି। ପୋଲିସଙ୍କୁ ପାଣି ଓ ବିସ୍କୁଟ ମଧ୍ୟ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମାଜସେବୀ ଜଗନ୍ନାଥ ରଥ, ସମ୍ବିତ ଭଟ୍ଟ, ନିତ୍ୟ ସୁନ୍ଦର ଦାସ, ହିମାଂଶୁ ସାହୁ ଓ ରାଧାକୃଷ୍ଣ ସାହୁ ପ୍ରମୁଖ ଯୋଗଦେଇ ଥିଲେ।

Share