Categories: ଜାତୀୟ

ସାମାଜିକ ଆର୍ଥିକ ପରିବର୍ତ୍ତନ ନ୍ୟାୟ ସଙ୍ଗତ-ତର୍କପୂର୍ଣ୍ଣ ହେବା ଆବଶ୍ୟକ: ମୋଦି

ନୂଆଦିଲ୍ଲୀ, ୨୨।୨: ଦେଶର ବିକାଶ ପାଇଁ ଜାରି ରହିଥିବା ସାମାଜିକ ଆର୍ଥିକ ପରିବର୍ତ୍ତନ ନ୍ୟାୟ ସଙ୍ଗତଏବଂ ତର୍କପୂର୍ଣ୍ଣ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସୁପ୍ରିମ୍‌କୋର୍ଟରେ ଅନୁଷ୍ଠିତ ହୋଇଥିବା ଅନ୍ତର୍ଜାତୀୟ ନ୍ୟାୟପାଳିକା ସମ୍ମିଳନୀରେ ଯୋଗଦେଇ ସେ ଏଭଳି ପ୍ରକାଶ କରିଛନ୍ତି। ଭାରତୀୟ ନ୍ୟାୟପାଳିକା ଉପରେ ସାଧାରଣ ଲୋକଙ୍କର ଅସ୍ଥା ଓ ବିଶ୍ୱାସ ରହିଛି। ସମ୍ପ୍ରତି ଆସିଥିବା କିଛି ଐତିହାସିକ ରାୟରୁ ଏହା ସୁସ୍ଫଷ୍ଟ। ଦେଶର ୧୩୦ କୋଟି ଜନସାଧାରଣ ଏଭଳି ରାୟପ୍ରତି ନିଜର ସହମତି ପ୍ରକାଶ କରିଛନ୍ତି। ଏହି ସମ୍ମିଳନୀରେ ଲିଙ୍ଗଗତ ନ୍ୟାୟ ଉପରେ ଆଲୋଚନା ରଖାଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେଉଁ ସମାଜରେ ଲିଙ୍ଗଗତ ନ୍ୟାୟ କରାଯାଇ ପାରେ ନାହିଁ ସେଭଳି ସମାଜର ପୂର୍ଣ୍ଣ ବିକାଶ ଅସମ୍ଭବ। ଏପରିସ୍ଥଳେ ନ୍ୟାୟପ୍ରିୟତାର ଦାବି କରାଯିବା ଅପ୍ରାସଙ୍ଗିକ ବୋଲି ମୋଦି କହିଛନ୍ତି।

Share