ସାମାଜିକ ଦୂରତା ନିୟମ ଉଲ୍ଲଂଘନ: ରୋମାନିଆ ପ୍ରଧାନମନ୍ତ୍ରୀ ଦେଲେ ୬୦୦ ଡଲାର ଜରିମାନା

ବୁକାରେଷ୍ଟ୍‌,୩୧।୫: କରୋନା ମହାମାରୀ ସଂକ୍ରମଣ ସଙ୍କଟ ସମୟରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ପୃଥିବୀର ବିଭିନ୍ନ ଦେଶରେ ନିୟମ ଜାରି ହୋଇଛି। ଏହାର ଉଲ୍ଲଂଘନ କରି ରୋମାନିଆ ପ୍ରଧାନମନ୍ତ୍ରୀ ଲୁଡୋଭିକ୍‌ ଓର୍ବାନ୍‌ଙ୍କୁ ୬୦୦ ଡଲାର ଜରିମାନା ଦେବାକୁ ପଡ଼ିଛି। ସ୍ଥାନୀୟ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ବହିର୍ବ୍ୟାପାର ମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ସହିତ ମିଶି ଏକାଠି ବସିଥିବାର ଏକ ଫଟୋ ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଏକ ଟେବୁଲରେ ମଦ ବୋତଲ ଏବଂ ଖାଦ୍ୟ ସାମଗ୍ରୀ ରହିଛି। ନିଜେ ପ୍ରଧାନମନ୍ତ୍ରୀ ଧୂମ୍ରପାନ କରୁଛନ୍ତି। ଫଟୋରେ କେହି ସାମାଜିକ ଦୂରତା ନିୟମକୁ ପାଳନ କରୁ ନ ଥିବା ଦେଖିବାକୁ ମିଳୁଛି। ମେ ୨୫ରେ ପ୍ରଧାନମନ୍ତ୍ରୀଙ୍କ ୫୭ତମ ଜନ୍ମ ଦିନରେ ଏହି ଫଟୋ ଉଠାଯାଇଥିଲା। ଫଟୋରେ ସାମାଜିକ ଦୂରତା ବଜାୟ ରଖା ଯାଇ ନ ଥିବାରୁ ଆଇନ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କୁ ଜରିମାନା ଦେବାକୁ ପଡ଼ିଛି।

Share