ସାମାଜିକ ଦୂରତା ମଧ୍ୟରେ ଶ୍ରମିକ ଦିବସ ପାଳିତ

ବନ୍ତ,୧।୫(ଡି.ଏନ୍‌.ଏ.)-କରୋନା ଲକ୍‌ ଡାଉନ୍‌ ପରିପେକ୍ଷୀରେ ଶୁକ୍ରବାର ଭଦ୍ରକ ଜିଲା ବନ୍ତ ଥାନା ଛକସ୍ଥିତ ସିପିଆଇ କାର୍ଯ୍ୟାଳୟ ଠାରେ ସିପିଆଇ ଏବଂ ଏଆଇଟିୟୁସି ପକ୍ଷରୁ ସାମାଜିକ ଦୂରତା ମଧ୍ୟରେ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ଅବସରପ୍ରାପ୍ତ ରାଜସ୍ବ ନୀରିକ୍ଷକ ନିରଞ୍ଜନ ନାୟକ ଲାଲ ପତାକା ଉତ୍ତୋଳନ କରିଥିଲେ। ଏଥିରେ ସିପିଆଇ ଜିଲା ସମ୍ପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ଜୋନ୍‌ ସହସମ୍ପାଦକ ତଥା ଆଇନଜୀବୀ ପରମେଶ୍ୱର ବାରିକ, ପର୍ଶୁରାମ ସ୍ବାଇଁ, ପବିତ୍ର ସେଠୀ, ରବୀନ୍ଦ୍ର ତରେଇ, ନିରଞ୍ଜନ ଜେନା, ଏଆଇଟିୟୁସି ଜିଲା ନେତା ରମେଶ ଜେନା, ରବିନ୍ଦ୍ର ସେଠୀ, ନାରାୟଣ ଜେନା, ଅଭିମନ୍ୟୁ ଜେନା, ଅନନ୍ତ ମହାରଣା, ଜୟନ୍ତ ଜେନା ଯୋଗ ଦେଇ ଶ୍ରମିକ ଦିବସ ପାଳନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।