ସାମାଜିକ ଦୂରତା ରକ୍ଷା କରି ଦିଆଯାଉଛି ପିଡିଏସ୍‌ ସାମଗ୍ରୀ

ବନ୍ତ,୭ା୪(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ପଞ୍ଚାୟତରେ ମଙ୍ଗଳବାର ସାମାଜିକ ଦୂରତା ରକ୍ଷା କରାଯାଇ ହିତାଧିକାରୀ ମାନଙ୍କୁ ପିଡିଏସ୍‌ ସାମଗ୍ରୀ ପ୍ରଦାନ କରାଯାଇଛି। ବାଇଧର ରାଜଙ୍କ ନିଳୋକ ରିଟେଲର କେନ୍ଦ୍ର ଅଧୀନରେ ନିଳୋକ, ଓଳମ, ବେଗନା, ସାହାଡାପଲ୍ଲୀ, ତାଳବାଙ୍କ, ବାଲିଗଢିଆ, ବାଇପୁର, ପଳାସଗଢିଆ, ଭଣ୍ଡାରଗଢିଆ, ମନୋହରପୁର ଆଦି ଗ୍ରାମ ରହିଛି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୭୫୪, ଓଡିଶା ଖାଦ୍ୟ ସୁରକ୍ଷା ଯୋଜନାରେ ୧୦, ଅନ୍ତଃଦ୍ୱୟ ଯୋଜନାରେ ୯୬, ଅନ୍ନପୂର୍ଣ୍ଣା ଯୋଜନାରେ ୩ ଜଣ ହିତାଧିକାରୀ ରହିଛନ୍ତି। ସେହିପରି ନିଳୋକ ହରିହର ନୋଡାଲ ଉପ୍ରା ବିଦ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟ, ବାବାଜି ଚରଣ ସଂସ୍କୃତ ବିଦ୍ୟାଳୟ, ବେଗନା ଉପ୍ରା ବିଦ୍ୟାଳୟ, ଓଳମ ନୋଡାଲ ଉପ୍ରା ବିଦ୍ୟାଳୟ, ବାଇପୁର ଓ ତାଳବାଙ୍କ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ମାନଙ୍କୁ ମଧ୍ୟାହ୍ନ ଭୋଜନ ଚାଉଳ ପ୍ରଦାନ କରାଯାଉଛି। ରିଟେଲର କେନ୍ଦ୍ରରେ ସାମାଜିକ ଦୂରତା ରକ୍ଷା ପାଇଁ ବୃତ୍ତ ତିଆରି କରାଯାଇଯାଇଛି ା ହିତାଧିକାରୀ ମାନେ ବୃତ୍ତ ଭିତରେ ରହି ସାମଗ୍ରୀ ନେଉଥିବାର ଦେଖାଯାଇଛି।