ସାମାଜିକ ଦୂରତା ଲାଗି ୟୁରୋପ ରେଷ୍ଟୁରାଣ୍ଟ୍‌ରେ କାଚ ପାଚେରୀ

ପ୍ୟାରିସ୍‌,୨୫।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ବହୁ ଦେଶରେ ସୁରକ୍ଷା ଦୃଷ୍ଟିରୁ ଲକ୍‌ ଡାଉନ୍‌ ଜାରି ହୋଇଛି। ୟୁରୋପର କିଛି ଦଶେରେ ଧୀରେଧୀରେ ଲକ୍‌ ଡାଉନ୍‌ ଉଠୁଛି। ତେବେ କରୋନା ମହାମାରୀ ପରେ ସମସ୍ତଙ୍କ ମନରେ ଭୟ ଓ ଆତଙ୍କର ଛାପ ରହିଛି। କରୋନା ସମସ୍ତଙ୍କର ଜୀନଶୈଳୀରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ସାମାଜିକ ଦୂରତା ବଜାୟ ରଖିବା ଉପରେ ସବୁଠାରେ ଗୁରୁତ୍ୱ ଦିଆଯାଉଛି। ୟୁରୋପର କେତେକ ରେଷ୍ଟୁରାଣ୍ଟ୍‌ ପୂର୍ବପରି ସ୍ବାଭାବିକ ହେବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ପ୍ରତି ଖାଇବା ଟେବୁଲ ମଝିରେ ଏବେ କାଚ ପାଚେରୀ ଦିଆଯାଇଛି। ସ୍କୁଲ୍‌, ପାର୍କ ଆଦି ସ୍ଥାନରେ ସାମାଜିକ ଦୂରତା ବଜାୟ ଉପରେ ଗୁରୁତ୍ୱ ଦିଆଯାଉଛି। ଅଫିସ୍‌ରେ କର୍ମଚାରୀମାନେ ମାସ୍କ୍‌ ପିନ୍ଧିବା ସହିତ ପରସ୍ପରକୁ ନମସ୍କାର ଦ୍ୱାରା ଅଭିବାଦନ ଜଣାଉଛନ୍ତି। ସେହିପରି ପ୍ରତି ଚେୟାର ମଧ୍ୟରେ ନିଦ୍ଦିଷ୍ଟ ଦୂରତା ରହିଛି।

Share