କେନ୍ଦୁଝର, ୧୩ା୬ (ସ୍ବ.ପ୍ର.)-ରଜ ପୂର୍ବରୁ ସାମାଜିକ ଦୂରତ଼ା ଆଇନ ନ ମାନିବାରୁ ଶୁକ୍ରବାର କେନ୍ଦୁଝର ସହରର ୪ ଦୋକାନକୁ ପ୍ରଶାସନ ସିଲ୍ କରିଛି। ୧୪ତାରିଖଠାରୁ ରଜପର୍ବ ହେବାକୁ ଥିବା ବେଳେ କେନ୍ଦୁଝର ସହରରେ ଶୁକ୍ରବାର ଅପରାହ୍ନରେ ସାମାଜିକ ଦୂରତ୍ୱକୁ ଉଲ୍ଲଙ୍ଘନ କରିଥିବାରୁ ୪ ଦୋକାନକୁ ସିଲ କରାଯାଇଛି। ସେଥିମଧ୍ୟରୁ ଦୁଇଟି ଡ୍ରେସ ଦୋକାନ, ଗୋଟିଏ ଜୋତ଼ାଦୋକାନ ଏବଂ ଗୋଟିଏ ଚାଟ୍ ଦୋକାନ ରହିଛି। ଚ଼ଢାଉ ବେଳେ ମାଜିଷ୍ଟ୍ରେଟ ଭାବେ ସଦର ତ଼ହସିଲଦାର ଆଶିଷ କୁମାର ମହାପାତ୍ର ଏବଂ ସଦର ଏସ୍ଡ଼ିପିଓ ପ୍ରକାଶ ଜେମସ ଟୋପ ପ୍ରମୁଖ ଉପସ୍ଥିତ ଥିଲେ।