ସାମାଜିକ ଦୂରତ୍ୱ ନ ଥିଲେ ୧ ହଜାର ଜରିମାନା ଦେବେ ଦୋକାନୀ: ଜିଲାପାଳ

ଛତ୍ରପୁର,୨୩ା୪(ଡି.ଏନ୍‌.ଏ.): କରୋନା ସଂକ୍ରମଣ ପ୍ରତିହତ ପାଇଁ ଦୋକାନ ସମ୍ମୁଖରେ ଗ୍ରାହକମାନେ ନିଜ ମଧ୍ୟରେ ୨ ମିଟର ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ବାଧ୍ୟତାମୂଳକ। ଦୋକାନୀମାନେ ଏପରି ସୁନିଶ୍ଚିତ କରାଇବେ। ଏଥିରେ ଖିଲାପ କଲେ ସମ୍ପୃକ୍ତ ଦୋକାନୀଙ୍କଠାରୁ ୧ ହଜାର ଟଙ୍କା ଜରିମାନା ଆଦାୟ କରିବାକୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସେହିପରି ଜିଲାରେ ‘ନୋ ମାସ୍କ ନୋ ଫୁଏଲ’ ନିର୍ଦ୍ଦେଶନାମା କାଏମ ରହିଥିବେଳେ ଏହା ଲେଖି ବୋର୍ଡ ପେଟ୍ରୋଲ ପମ୍ପରେ ଝୁଲାଇବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ନାଗରିକମାନେ ଘରେ ରହିବା ସହ ଠିକ୍‌ ସମୟରେ ଔଷଧ ଖାଇବା, ଆବଶ୍ୟକ ପଡ଼ିଲେ ବାହାରକୁ ବାହାରିଲେ ୨ ମିଟର ସୋସିଆଲ ଦୂରତା ଅବଲମ୍ବନ କରିବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି।

Share