ସାମାଜିକ ଦୂରତ୍ୱ ନ ରଖିଲେ ପରିସ୍ଥିତି ହେବ ଭୟଙ୍କର

ନୂଆଦିଲ୍ଲୀ,୪।୫: ଦେଶରେ କରୋନା ସଂକ୍ରମଣକୁ ନେଇ ସୋମବାରଠାରୁ ଆରମ୍ଭ ହୋଇଛି ଲକ୍‌ଡାଉନ ୩.୦। ତେବେ ବିଗତ ଦିନ ଗୁଡିକୁ ଦେଖିଲେ ସହଜରେ ଅନୁମାନ କରାଯାଉଛି କି ଗତ ୩ ଦିନ ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨ ହଜାର ଅତିକ୍ରମ କରିଥିବା ବେଳେ ଲକ୍‌ଡାଉନ ନିୟମରେ ସାମାନ୍ୟ କୋହଳ କରାଯାଇଛି। କିନ୍ତୁ ଏହି ସମୟରେ ଯଦି ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆ ନ ଯାଏ ତେବେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବ ବୋଲି କହିଛନ୍ତି କେନ୍ଦ୍ର ସ୍ପାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍‌ ଅଗ୍ରଓ୍ବାଲ। ସେ ଦେଇଥିବା ସୂଚନାରୁ ଜଣାପଡିଛି କି ଏବେ ଦେଶରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୧,୭୦୬ ଜଣ ସୁସ୍ଥ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧,୦୭୪ ଜଣ ସୁସ୍ଥ ହୋଇଛନ୍ତି। ଏବେ ଦେଶରେ ସୁସ୍ଥ ହାର ୨୭.୫୨ ପ୍ରତିଶତ ରହିଥିବା ସେ କହିଛନ୍ତି।

Share