ସାମାଜିକ ଦୂରତ୍ୱ ପାଳନର ଚମତ୍କାର ଚିତ୍ର ଦେଉଛି ଗାଁ

ପାପଡ଼ାହାଣ୍ଡି,୫।୪(ଡି.ଏନ୍.ଏ.): କରୋନାକୁ ନେଇ ଗାଁଠୁ ସହର ସବୁଠି ସଚେତନତା ଜାରି ରଖିଛି ପୋଲିସ ଓ ପ୍ରଶାସନ। ସହରରେ ସମସ୍ତେ ଉଚ୍ଚଶିକ୍ଷିତ ଥାଇ ମଧ୍ୟ କେତେକ ବ୍ୟକ୍ତି ଲକ୍ ଡାଉନକୁ ବେଶୀ ଅମାନ୍ୟ କରୁଛନ୍ତି। ଦୋକାନ, ହାଟରେ ଭିଡ଼ ଜମାଉଛନ୍ତି। କିନ୍ତୁ ଗାଁର ଚିତ୍ର ଶୃଙ୍ଖଳିତ। ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକର ଗ୍ରାମାଞ୍ଚଳରେ ଅଧିକାଂଶ ଲୋକେ ମାସ୍କ ବ୍ୟବହାର କରୁଥିବା ବେଳେ ହାତ ବାରମ୍ବାର ସାବୁନରେ ଧୋଉଛନ୍ତି। ଲୋକେ ସାମାଜିକ ଦୂରତ୍ୱ ରକ୍ଷା କରୁଛନ୍ତି। ନଳକୂପ ନିକଟରେ ଗୋଲେଇ ଭିତରେ ରହି ମହିଳାମାନେ ପାଣି ନେଉଛନ୍ତି। ଗ୍ରାମର ପୁରୁଷମାନେ ଗାଁ ଦାଣ୍ଡରେ ଉପସ୍ଥିତ ରହି ପହରା ଦେଉଛନ୍ତି। ଅଚିହ୍ନା ବା ବାହାରୁ ଆସୁଥିବା ଲୋକଙ୍କୁ ପ୍ରବେଶ କରେଇ ଦେଉନାହାନ୍ତି। ସ୍ୱାସ୍ଥ୍ୟ ପରୀକ୍ଷା କରିବା ଲାଗି ପରାମର୍ଶ ଦେଉଛନ୍ତି। ଚାଉଳ, ଭତ୍ତା ଆଦି ନେବା ସମୟରେ ମଧ୍ୟ ଲୋକେ ସାମାଜିକ ଦୂରତା ରଖୁଛନ୍ତି।

Share