ସାମାଜିକ ଦୂରତ୍ୱ ଭୁଲି ଭତ୍ତା ପାଇଁ ଭିଡ଼

ଜୟପୁର,୪।୪(ଡି.ଏନ୍.ଏ.): କୋରାପୁଟ ଜିଲା ଜୟପୁର ପୌରସଂସ୍ଥା ପକ୍ଷରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ୨୮ଟି ୱାର୍ଡର ହିତାଧିକାରୀଙ୍କୁ ଏକ ହଜାର ଟଙ୍କା ଲେଖାଏଁ ଭତ୍ତା ବଣ୍ଟାଯାଉଛି। କରୋନା ପାଇଁ ଦେଶରେ ଲକ୍ ଡାଉନ ପରିସ୍ଥିତି ଥିବାବେଳେ ପୌରସଂସ୍ଥାର କର୍ମଚାରୀ ଘର ଘର ବୁଲି ହିତାଧିକାରୀଙ୍କୁ ଭତ୍ତା ଦେବା କଥା। କିନ୍ତୁ ସେମାନେ କ୍ଲବଗୃହ ସରକାରୀ ଖୁଚୁରା ଦୋକାନରେ ବସି ଭତ୍ତା ବାଣ୍ଟୁଛନ୍ତି। ଫଳରେ ଲୋକଙ୍କ ଭିଡ଼ ଜମିବା ସହ ସାମାଜିକ ଦୂରତା ମଧ୍ୟ ରଖାଯାଉନାହିଁ। କେତେକ ସାହିବାସିନ୍ଦା ଅଭିଯୋଗ କରିଥିଲେ ମଧ୍ୟ ଏହା ପୌର ପ୍ରଶାସନର ଦାୟିତ୍ୱ ଭାବି ଚୁପ୍ ରହିଥିଲା ପୋଲିସ। ପୌର ନିର୍ବାହୀ ଅଧିକାରୀ ଆଲୋକ ରଞ୍ଜନ ସାମନ୍ତରାୟଙ୍କୁ ପଚରାଯିବାରୁ ସେ କହିଛନ୍ତି, ପୋଲିସ ଉପସ୍ଥିତିରେ ଆଗକୁ ଭତ୍ତା ବଣ୍ଟାଯିବ।

Share