ସାମାଜିକ ପ୍ରସଙ୍ଗଭିତ୍ତିକ ଫିଲ୍ମ ପସନ୍ଦ: କରୀନା

ମୁମ୍ବାଇ: ସାମାଜିକ ପ୍ରାସଙ୍ଗିକତା ଥିବା ଫିଲ୍ମରେ ଅଭିନୟ କରିବାକୁ ସବୁବେଳେ ପସନ୍ଦ କରନ୍ତି ବୋଲି ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍‌ ପ୍ରକାଶ କରିଛନ୍ତି। ରିିଲିଜ ହୋଇଥିବା ତାଙ୍କର କେତେକ ଫିଲ୍ମ ହେଉଛି ‘ଉଡ୍‌ତା ପଞ୍ଜାବ’, ‘କି ଆଣ୍ଡ୍‌ କା’, ‘ବୀରେ ଦି ଓ୍ବେଡିଂ’। ତାଙ୍କର ପରବର୍ତ୍ତୀ ଦୁଇଟି ଫିଲ୍ମ ହେଉଛି ‘ଗୁଡ୍‌ ନ୍ୟୁଜ୍‌’ ଏବଂ ‘ଅଂଗ୍ରେଜି ମିଡିୟମ୍‌’। ଏହିସବୁ ଫିଲ୍ମ ବିଭିନ୍ନ ସାମାଜିକ ସମସ୍ୟା ସହ ଜଡିତ। ଯେଉଁସବୁ ଫିଲ୍ମରେ ସାମାଜିକ କାହାଣୀ ଥାଏ ଏବଂ ତାହା ଜନସାଧାରଣଙ୍କ ହୃଦୟକୁ ସ୍ପର୍ଶ କରେ ସେଭଳି ଫିଲ୍ମରେ ଅଭିନୟ କରିବାକୁ ପସନ୍ଦ କରିଥାନ୍ତି କରୀନା। ଅଭିନୟ ସ୍ବଳ୍ପ ସମୟର ହୋଇଥାଉ ନା କାହିଁକି ପ୍ରସଙ୍ଗଭିତ୍ତିକ କାହାଣୀରେ ଜଡିତ ରହିବାକୁ ତାଙ୍କୁ ଭଲ ଲାଗେ ବୋଲି ସେ କହିଛନ୍ତି। ତାଙ୍କର ପରବର୍ତ୍ତୀ ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ରେ ଅକ୍ଷୟ କୁମାର, ଦିଲ୍‌ଜିତ୍‌ ଦୋସାଞ୍ଜ ଏବଂ କିୟାରା ଆଡଭାନୀ ଅଛନ୍ତି। ଏହା ଡିସେମ୍ବର ୨୭ରେ ରିଲିଜ ହେବାର ଅଛି। ତେବେ ଏହା ବ୍ୟବସାୟିକ ଦୃଷ୍ଟିରୁ ଭଲ ଆୟ କରିବ ବୋଲି କରୀନା ଆଶାବାଦୀ। ଏଥିରେ ଅକ୍ଷୟ କୁମାର ଅଛନ୍ତି। ଭଲ କାହାଣୀକୁ ନେଇ ଫିଲ୍ମ ହେଉଛି। ନିର୍ମାଣ ଦୃଷ୍ଟିରୁ ମଧ୍ୟ ଏହା ଉନ୍ନତମାନର।

Share