Advertisement

ସାମାଜିକ ବାର୍ତ୍ତା ଦେଉଥିବା ଫିଲ୍ମରେ କାମ କରିବାକୁ ଚାହାନ୍ତି ଭୂମୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଭୂମୀ ପେଡେନେକର ‘ଦମ ଲଗାକେ ହୈସା’ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ପ୍ରଥମେ ସେ ସାମାଜିକ ବାର୍ତ୍ତା ଦେଉଥିବା ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ ବୋଲି କୁହାଯାଏ। ଯାହା ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ଏହାପରେ ଏବେ ଭୂମୀ କୁହନ୍ତି ତାଙ୍କୁ ସମାଜିକ ବାର୍ତ୍ତା ଦେଉଥିବା ଫିଲ୍ମରେ କାମ କରିବାକୁ ଭଲ ଲାଗେ। କାରଣ ଆମ ସମସ୍ତଙ୍କ ପାଖରେ କିଛି ନା କିଛି ଗୁଣ ରହିଛି ଯାହା ମାଧ୍ୟମରେ ଆମେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବା। ତେଣୁ ତାଙ୍କର ଇଚ୍ଛା ସିନେମା ମାଧ୍ୟମରେ ସେ ଲୋକଙ୍କ ମଧ୍ୟରେ କିଛିଟା ସଚେତନତା ସୃଷ୍ଟି କରିବାକୁ ଚାହାଁନ୍ତି ବୋଲି କହିଛନ୍ତି। ଭୂମୀଙ୍କ ଅଭିନୀତ ଫିଲ୍ମ ‘ଟଏଲେଟ: ଏକ ପ୍ରେମ କଥା, ସାଂଡ କି ଆଁଖ ଆଦି ଫିଲ୍ମରେ ସେ ଯେଉଁ ସାମାଜିକ ବର୍ତ୍ତା ଦେଇଛନ୍ତି ତାହା ଦର୍ଶକଙ୍କୁ ପସନ୍ଦ ଆସିଛି। ଆଉ ଏସବୁ ଫିଲ୍ମରେ ସେ ଦର୍ଶକଙ୍କ ନିକଟତର ହେବାକୁ ଚେଷ୍ଟା କରିଛନ୍ତି ବୋଲି କୁହନ୍ତି। ଆଗାମୀ ଦିନରେ ମଧ୍ୟ ସେ ଏହିଭଳି ଫିଲ୍ମରେ ଅଭିନୟ କରିବାକୁ ପସନ୍ଦ କରିବେ ବୋଲି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share