ସାମାଜିକ ବାସଁଦ୍‌ ଲାଗି ଅଟ୍‌କିଛେ ବାପର ଶୁଧିକାଯ୍‌

ବିନିକା, ୫।୨ (ଡି.ଏନ୍‌.ଏ)- ଆଏଜ୍‌କାର ବୈଜ୍ଞାନିକ୍‌ ଯୁଗ୍‌ରେ ମୁନୁଷ୍‌ ପୃଥିବୀରୁ ଯାଇ ଚନ୍ଦ୍ରରେ ପାଦ୍‌ ଥାପି ସାଏଲାନ। ହେଲେ ବି ଆମର ସମାଜରେ ଅନେକ୍‌ ଲୋକ୍‌ ଫୁକାଝରା, ଗୁନିଗାରେଡ଼ି, ସାମାଜିକ ବାସଁଦ୍‌ ଲେଖେଁ କୁସଂସ୍କାରରେ ବୁଡ଼ି ରହିଛନ୍‌। ଏନ୍‌ତା ଗୁଟେ ତାଜା ଉଦାହରନ୍‌ ଦେଖ୍‌ବାକେ ମିଲିଛେ ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଜୁଲୁଣ୍ଡା ପଁଚେତ୍‌ ଅଧୀନ ରଙ୍ଗପୁର ଗଁାରେ।
ସୂଚନା ଅନ୍‌ସାରେ ରଙ୍ଗପୁର ଗଁାର ଚୈତନ୍ୟ ମେଶୁଆ(୩୮)। ପରିବାର କହେଲେ କାଏକିନା ପାର୍ବତୀ(୩୩), ୨ ଝି’ ରଶ୍ମିତା(୨୨), ସସ୍ମିତା(୧୫) ଆର ୪ ପୁଓ ପଦ୍ମନାଭ(୧୮), ଆକାଶ(୧୨), ଆଶିଷ(୭), ବିକାଶ(୫)କୁଁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌, ଜମିବାଡ଼ି, ସଁପତି ବଲି କିଛି ନାଇଁ। ଦୁଖ୍‌ସୁଖ କରି ଚୈତନ୍ୟ ନିଜର କୁଟୁମ ପୁଷୁଛନ୍‌। ଏନ୍‌ତାଥି ତାକର ପରିବାରଟା ସାମାଜିକ ବାସଁଦ୍‌ର ଶିକାର ହେଇ ବଡ଼ା ଗୁଲ୍‌ଗୁଲାରେ ଜୀବନ୍‌ ବିତଉଥିବାର ଅଭିଯୋଗ କରିଛନ୍‌। ଗଲା ୨୨ା୩ା୨୦୧୯ରେ ମେଶୁଆ ଦମ୍ପତି ନିଉତା ପାଇ ଗଁାର ଝନେ ଜାତିଭାଇର ଝି’ର ପିଁଧାନିରେ ଯୋଗ ଦେଇଥିଲେ। ସେ ସମିଆରେ ବର ଘରୁ ଆସିଥିବାର ଗହନାଗଁାଠିକେ ନେଇ ପାର୍ବତୀ ମେଶୁଆ କନିଅଁା ଟୁକେଲକେ ଦେଖେଇଥିଲେ। ଇ ଛୁଟିଆ କଥାକେ ନେଇ ଜାତିଭାଇ ଭୁଲ ଧରବାର ସଂଗେ ମେଶୁଆ ପରିବାରକେ ସାମାଜିକ ବାସଁଦ୍‌ କରିଛନ୍‌। ଏହେଦେ ଗଁାର ଜାତିଭାଇ କେହି ମେଶୁଆ ପରିବାର ସଂଗେ ମିଲା ମିଶା ନାଇଁ କରବାର। ଇଆଡ଼େ ଗଲା ଜାନୁୟାରୀ ୩୦ ତାରିଖ ଚୈତନ୍ୟକଁର ବାପା ନାଥ ମେଶୁଆକଁର ମୁର୍‌ତୁ ହେଇଛେ। ସେନ୍‌ତା ତାକର ବଡ଼ ଝି’ ରଶ୍ମିତା(୨୨)ର ବିହାଘର ଲଗନ୍‌ ବି ଚଲତି ମାସର ୨୮ ତାରିଖ୍‌ ବାହାରିଛେ। ହେଲେ ସାମାଜିକ ବାସଁଦ୍‌ ଲାଗି ମେଶୁଆ ପରିବାର ଇଫାଲ ସେଫାଲ ନାଇଁ ହେଇପାରବାର। ରଙ୍ଗପୁର ଗଁାଟା ଆଦିବାସୀ, ହରିଜନ ବହୁଲ ହେଇଥିଲାବେଲ ଜାତିଭାଇ ବଲି ୫ ଘର ନ ରହିଛନ୍‌। ଜାତିଭାଇକର ଅସହଯୋଗ ଲାଗି ଚୈତନ୍ୟ ନିଜର ବାପ୍‌ର ଶୁଧିକାଯ୍‌ କରି ନାଇଁପାରବାର। ଇଆଡ଼େ ମୁଡ଼ ଉପରେ ଝି’ର ବିହାଘର ରହିଛେ। ଏନ୍‌ତାଥି ଉପେ ଶୂଇନ୍‌ ଚୈତନ୍ୟ ଗଣମାଧ୍ୟମ ଜରିଆରେ ସମସିଆର ସମାଧାନ ଲାଗି ଜିଲା ପରଶାସନକେ ଗୁହାରି କରିଛନ୍‌। ନାଇଁହେଲେ ଆଗ୍‌କେ କିଛି ଅଘଟନ ଘଟଲେ ପରଶାସନ ଦାଇ ରହିବା ବଲି ସେ କହିଛନ୍‌।

Share