ହିିଞ୍ଜିଳିକାଟୁ,୧।୬(ଡି.ଏନ୍.ଏ): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ରାଳବ ଗ୍ରାମର ସୁନାରୀ ସାହିରେ ସୋମବାର ମଧ୍ୟାହ୍ନରେ ହୋଇଥିବା ସମାନ୍ୟ ବର୍ଷାରେ ଗାଁ ରାସ୍ତା ବେହାଲ ହୋଇ ଯାଇଛି। ଏହାର ପ୍ରଭାବରେ ଡ୍ରେନପାଣି ନିଷ୍କାସନ ହୋଇ ନ ପାରି ଦୀର୍ଘ ସମୟ ରାସ୍ତା ଉପରେ ବର୍ଷା ଜଳ ଜମି ରହିଥିଲା। ସରକାରଙ୍କ ଲକ୍ଷାଧିକ ଟଙ୍କା ପଞ୍ଚାୟତ ରାସ୍ତା ନିର୍ମାଣ ପାଇଁ ଖର୍ଚ୍ଚ ହେଉଥିବା ବେଳେ ଦୀର୍ଘ ବର୍ଷ ଧରି ଏହି ସାହିକୁ ଯାଇଥିବା ରାସ୍ତା ଓ ଡ୍ରେନର ପୂର୍ଣ୍ଣର ନିର୍ମାଣ ଓ ମରାମତି କରାଯାଉ ନ ଥିବାରୁ ଏପରି ଅବସ୍ଥା ଘଟୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବର୍ଷାଋତୁ ଆସିବା ପୂର୍ବରୁ ଏହାର ମରାମତି ଲାଗି ସେମାନେ ଦାବି କରିଛନ୍ତି।