Categories: ଖେଳ

ସାମିଙ୍କ ହ୍ୟାଟ୍ରିକ୍‌କୁ ନେଇ ଏମିତି କହିଲେ ସ୍ତ୍ରୀ ହସିିନ ଜହାଁ

ଲକ୍ଷ୍ନୌ,୨୪।୬: ଚଳିତ ଆଇସିସି ବିଶ୍ୱକପରେ ଦ୍ୱିତୀୟ ଭାରତୀୟ ଭାବେ ହ୍ୟାଟ୍ରିକ୍‌ ଓ୍ବିକେଟ୍‌ ନେଇଛନ୍ତି ଦ୍ରୁତ ବୋଲର ମହମ୍ମଦ ସାମି। ସାମିଙ୍କୁ ବଦନାମ କରିବା ପାଇଁ ସ୍ତ୍ରୀ ହସିନ ଜହାଁ ବହୁ ଡ୍ରାମା କରିଥିଲେ ମଧ୍ୟ ସେସବୁ ଭୁଲି ପୁଣି ସେ କ୍ରିକେଟ ମୈଦାନରେ ଚମକିଛନ୍ତି। ସାମିଙ୍କ ହ୍ୟାଟ୍ରିକ୍‌ ପରେ ନିଜ ପ୍ରତିକ୍ରିୟା ଦେଇ ହସିନ କହିଛନ୍ତି, ଭାରତ ଏଥର ବିଶ୍ୱକପ୍‌ ଜିତୁ, ମୁଁ କେବଳ ଏତିକି ଚାହେଁ। ସାମିଙ୍କ ଉପରେ ପଚରାଯିବାରୁ ସେ ଏନେଇ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ। ସୂଚନାଯୋଗ୍ୟ, ହସିନ ଜହାଁ ସାମିଙ୍କ ବିରୋଧରେ ଶାରୀରିକ ନିର୍ଯାତନା ଓ ପ୍ରତାରଣା କରିବା ନେଇ ଅଭିଯୋଗ ଆଣିବା ସହ ସାମିଙ୍କ ହ୍ବାଟସଆପ ସ୍କ୍ରିନସଟ ଫେସବୁକରେ ସେୟାର କରିଥିଲେ। ହାସିନଙ୍କ ଅଭିଯୋଗ ପରେ ସାମିଙ୍କ ଖେଳିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। କିନ୍ତୁ ତାଙ୍କ ଖେଳିବା ଉପରେ କୌଣସି କଟକଣା କରି ନ ଥିଲା ବିସିସିଆଇ।

Share