ସାମ୍ନାକୁ ଆସିଲା କରୋନା ଭାଇରସ୍‌ ସଂକ୍ରମଣର ୬ଟି ନୂଆ ଲକ୍ଷଣ

ଓ୍ବାଶିଂଟନ୍‌,୨୭।୪: କରୋନା ଭାଇରସ୍‌ ସଂକ୍ରମଣ ପ୍ରାରମ୍ଭରୁ ସଂକ୍ରମିତ ରୋଗୀଙ୍କ ମଧ୍ୟରେ ସୁଖା କାଶ, ଭୀଷଣ ଜ୍ୱର ଓ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ହେଲା ଭଳି ଲକ୍ଷଣ ଦେଖାଯାଉଥିଲା। କିନ୍ତୁ ଏବେ ଏହି ସଂକ୍ରମଣର ଆଉ କିଛି ନୂଆ ଲକ୍ଷଣ ଦେଖାଯାଇଛି। ଏନେଇ ସୂଚନା ଦେଇଛି ଯୁକ୍ତରାଷ୍ଟ୍ର ଆମେରିକାର ହେଲ୍‌ଥ ଇନ୍‌ଷ୍ଟିଚ୍ୟୁଟ ‘ସେଣ୍ଟର୍‌ ଫର୍‌ ଡିଜିଜ୍‌ ଆଣ୍ଡ ପ୍ରିଭେସନ୍‌’(ସିଡିସି)। ପୂର୍ବରୁ ଜ୍ବର, କାଶ ଓ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବାକୁ କରୋନା ଭାଇରସ୍‌ ସଂକ୍ରମଣର ସମ୍ଭାବ୍ୟ ଲକ୍ଷଣ ବୋଲି ‘ସିଡିସି’ କହିଥିଲା। ହେଲେ ଏବେ ଏଥିରେ ‘ସିଡିସି’ ଆଉ ୬ଟି ନୂଆ ଲକ୍ଷଣକୁ ସଂଯୋଗ କରିଛି। ସେଗୁଡ଼ିକ ହେଲା ଅତ୍ୟଧିକ ଥଣ୍ଡା ଲାଗିବା, କମ୍ପ ଆସିବା, ମାଂସପେଶୀରେ ଯନ୍ତ୍ରଣା ହେବା, ମୁଣ୍ଡ ବ୍ୟଥା, ଗଳାରେ ଯନ୍ତ୍ରଣା ଓ ସ୍ବାଦ କି ବାସ୍ନା ବାରି ନ ପାରିବା। ଆଉ ଏହି ସବୁ ଲକ୍ଷଣ ୨ରୁ ୧୪ଦିନ ଭିତରେ ନଜର ଆସିଥାଏ ବୋଲି ସିଡିସି ପକ୍ଷରୁ କୁହାଯାଇଛି।

Share