ସାମ୍ନାକୁ ଆସିଲା କାଜଲଙ୍କ ସର୍ଟ ଫିଲ୍ମର ଫାଷ୍ଟ ଲୁକ୍‌

ମୁମ୍ବାଇ: ବଲିଉଡ୍‌ ନାୟିକା କାଜଲ ଦେବଗନ ଏବେ ସର୍ଟ ଫିଲ୍ମ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି। ଏବେ ଏହି ନାରୀ କୈନ୍ଦ୍ରୀକ ଫିଲ୍ମ ‘ଦେବୀ’ର ଫାଷ୍ଟ ପୋଷ୍ଟର ଜାରି କରାଯାଇଛି। ଏଥିରେ କାଜଲଙ୍କ ସହ ଶ୍ରୁତି ହାସନ, ନେହା ଧୁପିଆ, ନିନା କୁଲକର୍ଣ୍ଣି, ମୁକ୍ତା ବାବରେ, ସନ୍ଧ୍ୟା, ରମା ଯୋଶୀ, ଶିବାନୀ ରଘୁବଂଶୀ ଓ ଯଶସ୍ବିନୀ ଦୟାମା ନଜର ଆସିବେ। ଫିଲ୍ମଟି ଗୋଟିଏ ଘରେ ରହୁଥିବା ୯ ଜଣ ମହିଳାଙ୍କ କାହାଣୀ ଉପରେ ଆଧାରିତ। ଏମାନେ ସମସ୍ତେ ନିଜ ନିଜ ଜୀବନର ଭିନ୍ନ ଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ଏହାପରେ ବି ସେମାନେ ପରସ୍ପର ମଧ୍ୟରେ ସ୍ପେସ ଶେୟାର କରିବାକୁ ବାଧ୍ୟ ହେଉଛନ୍ତି। ଏବେ ଏହି ଫିଲ୍ମର ପୋଷ୍ଟରରେ ସେହି ମହିଳାମାନଙ୍କୁ ଦେଖିବାକୁ ମିଳିଛି। ସେମାନଙ୍କ ମଧ୍ୟରୁ କାହା ମୁହଁରେ ଦୁଃଖ ତ ଆଉ କାହା ମୁହଁରେ ରାଗ ଦେଖିବାକୁ ମିଳିଛି।

Share