Advertisement

ସାମ୍ନାକୁ ଆସିଲା ମୁଲାୟମ୍‌ ସିଂହଙ୍କ ବାୟୋପିକ୍‌ର ଟିଜର

ମୁମ୍ବାଇ: ବଲିଉଡ୍‌ରେ ଏବେ ବାୟୋପିକ୍‌ର ଟ୍ରେଣ୍ଡ ଚାଲିଛି। ଖେଳାଳିଙ୍କଠାରୁ ଆରମ୍ଭ କରି ରାଜନୀତିଜ୍ଞଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଜୀବନି ଉପରେ ପ୍ରଯୋଜକମାନେ ଏବେ ଫିଲ୍ମ ତିଆରି କରିବାକୁ ଇଛା ପ୍ରକାଶ କରୁଛନ୍ତି। ଇତିମଧ୍ୟରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ନେତା ମୁଲାୟମ ସିଂହ ଯାଦବଙ୍କ ଜୀବନି ଉପରେ ମଧ୍ୟ ଏକ ବାୟୋପିକ ତିଆରି ହେବାକୁ ଯାଉଛି। ଶୁଭେନ୍ଦୁ ରାଜ ଘୋଷଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ନାଁ ରହିଛି ‘ ମେଁ ମୁଲାୟମ୍‌ ସିଂହ ଯାଦବ’। ସୋମବାର ଏହି ଫିଲ୍ମର ଅଫିସିଆଲ ଟିଜର ରିଲିଜ୍‌ ହୋଇଛି। ଏହି ଟିଜରର ଆରମ୍ଭ ଏକ ଆଖଡାର ଦୃଶ୍ୟରୁ ହୋଇଛି। କାରଣ ମୁଲାୟମ ସିଂହ ପ୍ରଥମେ ଜଣେ ରେସ୍‌ଲର ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ଏଥିପାଇଁ ଟିଜରରେ ତାଙ୍କର ରେସ୍‌ଲର ଅବତାରକୁ ଦର୍ଶାଯାଇଛି। ଟିଜରକୁ ସୋସିଆଲ ମିଡିଆରେ ଶେୟାର କରାଯିବା ସହ କ୍ୟାପଶନ୍‌ରେ ଲେଖାଯାଇଛି, ଜଣେ କୃଷକଙ୍କ ପୁଅର ପ୍ରେରଣାଦାୟକ କାହାଣୀ, ଯିଏ ପରବର୍ତ୍ତୀ ସମୟରେ ଏକ ରାଜ୍ୟର ସବୁଠାରୁ ବଡ଼ ନେତା ହୋଇଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share