Categories: ଜାତୀୟ

ସାମ୍ନାକୁ ଆସିଲା ରାମମନ୍ଦିର ଟ୍ରଷ୍ଟର ପ୍ରଥମ ସଦସ୍ୟଙ୍କ ନାମ

ନୂଆଦିଲ୍ଲୀ,୫।୨: କେନ୍ଦ୍ର ସରକାରଙ୍କ ପକ୍ଷରୁ ଉତ୍ତରପ୍ରଦେଶ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ଗଠିତ ହୋଇଥିବା ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟରେ ୧୫ଜଣ ଟ୍ରଷ୍ଟି ରହିବେ। ବୁଧବାର ଏନେଇ ଲୋକ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିବା ପରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଟୁଇଟ କରି ସମସ୍ତଙ୍କୁ ଜଣାଇଥିଲେ। ହେଲେ ଏବେ ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ସମ୍ବନ୍ଧୀୟ ନେଇ ଏକ ଅଧିସୂଚନା କେନ୍ଦ୍ର ପକ୍ଷରୁ ଜାରି କରାଯାଇଛି। ଏଥିରେ ପ୍ରଥମ ଟ୍ରଷ୍ଟିଙ୍କ ନାମ ରହିଛି। ଆଯୋଧ୍ୟା ରାଜା ବିମଳେନ୍ଦ୍ର ମୋହନ ପ୍ରତାପ ମିଶ୍ରଙ୍କୁ ଏହି ଟ୍ରଷ୍ଟର ପ୍ରଥମ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ତାଙ୍କୁ ରାମ ଜନ୍ମଭୂମିର ତତ୍ତ୍ୱାବଧାରକ ଭାବେ ଦାୟିତ୍ୱ ଦିଆଯିବା ସହ ଏ ସମ୍ବଳିତ ପତ୍ର ମଧ୍ୟ ପ୍ରଦାନ କରାଯାଇଛି। ସେହି ସମୟରେ ଅଯୋଧ୍ୟାର ଜିଲାଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ। ସୂଚନା ମୁତାବକ ଏହାପୂର୍ବରୁ ରାମ ଜନ୍ମଭୂମିର ସମସ୍ତ ଦାୟିତ୍ୱ ଅଯୋଧ୍ୟାର କମିଶନରଙ୍କ ପାଖରେ ରହିଥିଲା। କିନ୍ତୁ ଏବେ ଏହାର ଦାୟିତ୍ୱ ରାଜା ବିମଳେନ୍ଦ୍ର ସମ୍ଭାଳିବେ। ତେବେ ଅନ୍ୟ ବାକି ୧୪ଜଣଙ୍କ ନାମ କମିଶନର ପରେ ଘୋଷଣା କରିବେ ବୋଲି ସୂଚନା ମିଳିଛି।

Share