ମୁମ୍ବାଇ: ବଲିଉଡ୍ ନାୟିକା ସାରା ଅଲି ଖାଁ ଓ ନାୟକ କାର୍ତ୍ତିକ ଆର୍ୟନ ଏବେ କଶ୍ମୀରର ସବୁଜିମା ଘେରା ପାହାଡି ଅଞ୍ଚଳରେ ସ୍ପଟ ହୋଇଛନ୍ତି। ଏମାନେ ଏଠାରେ ଖୁବ୍ ଏନ୍ଜୟ କରୁଛନ୍ତି। ସୂଚନା ମୁତାବକ, ଏମାନେ ଅପ୍କମିଂ ଫିଲ୍ମ ‘ଲଭ୍ ଆଜକଲ୨’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଆଉ ମଝିରେ ମଝିରେ ସେଠାକାର କିଛି ଫଟୋ ସୋସିଅଲ ମିଡିଆରେ ଅପଲୋଡ କରିବାରୁ ଏମାନଙ୍କ ଏନ୍ଜୟମେଣ୍ଟ ଆସୁଛି ସାମ୍ନାକୁ। ପୂର୍ବରୁ ସାରା କାର୍ତ୍ତିକଙ୍କୁ ଡେଟ୍ କରିବା କଥା କହି ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ଉଭୟଙ୍କ ଯୋଡିକୁ ଦେଖି ଦର୍ଶକେ ବି ଖୁବ୍ ମଜା ନେଉଛନ୍ତି।