Categories: ଜାତୀୟ

ସାମ୍ପ୍ରଦାୟିକ ସଦ୍‌ଭାବ ପାଇଁ ବିବାହ ନିମନ୍ତ୍ରଣ କାର୍ଡରେ ସୀତାରାମଙ୍କ ଫଟୋ ଛାପିଲେ ମୁସଲମାନ୍‌ ପରିବାର

ଲକ୍ଷ୍ନୌ,୨୫।୪: ଦେଶରେ ସାମ୍ପ୍ରଦାୟିକ ସଦ୍‌ଭାବ ପାଇଁ ଉତ୍ତରପ୍ରଦେଶର ଏକ ମୁସଲମାନ୍‌ ପରିବାର ସଦସ୍ୟ ଏବେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଶାହାଜାହାନ୍‌ପୁର ଚିଲୁଓ୍ବା ଗାଁରେ ବାସ କରୁଥିବା ଏହି ପରିବାର ସେମାନଙ୍କ ଝିଅ ରୁକ୍‌ଶାର୍‌ର ବିବାହ ନିମନ୍ତ୍ରଣ କାର୍ଡରେ ସୀତାରାମଙ୍କ ଫଟୋ ଛାପିଛନ୍ତି। ଗାଁରେ ଉଭୟ ହିନ୍ଦୁ ଏବଂ ମୁସଲମାନ୍‌ ଏକତ୍ର ବାସ କରୁଥାନ୍ତି। ଏହାଦ୍ୱାରା ଦୁଇ ସମ୍ପ୍ରଦାୟଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ଼ ହୋଇ ପାରିବ ବୋଲି ରୁକ୍‌ଶାର୍‌ଙ୍କ ମା’ ବେବି କହିଛନ୍ତି। ଗାଁର ସମସ୍ତ ଲୋକେ ଏହି କାର୍ଡକୁ ଆଦରର ସହିତ ଗ୍ରହଣ କରିଥିବା ରୁକ୍‌ଶାର୍‌ଙ୍କ ଭାଇ ମହମ୍ମଦ୍‌ ଉମର କହିଛନ୍ତି।

Share