Categories: ରାଜ୍ୟ

ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ରାଜ୍ୟପାଳଙ୍କୁ ସ୍ମାରକପତ୍ର

ଭୁବନେଶ୍ୱର, ୨୩।୭(ବ୍ୟୁରୋ): ରାଜ୍ୟରେ କାର୍ଯ୍ୟରତ ଖବରଦାତାମାନଙ୍କୁ ବାରମ୍ବାର ଆକ୍ରମଣ ଓ ଦୁର୍ବ୍ୟବହାର କରାଯାଉଛି। ଏ ନେଇ ଦୃଢ ସୁରକ୍ଷା ଆଇନ ପ୍ରଣୟନ ନିମନ୍ତେ ସୋମବାର କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କୁ ଏକ ସ୍ମାରକପତ୍ର ଦିଆଯାଇଛି। ଖବରଦାତାଙ୍କ ସୁରକ୍ଷା ଲାଗି ସ୍ବତନ୍ତ୍ର ଆଇନ ପ୍ରଣୟନ ଲାଗି ଅନୁରୋଧ କରାଯାଇଛି। ରାଜ୍ୟପାଳ ଏହା ଉପରେ ତୁରନ୍ତ ହସ୍ତକ୍ଷେପ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି କାର୍ଯ୍ୟରତ ଖବରଦାତାଙ୍କୁ ମାଡ଼ ମାରିଥିବା କେନ୍ଦ୍ରାପଡ଼ା ଏସ୍‌ପିଙ୍କୁ ନିଲମ୍ବନ କରାଯିବାକୁ ରାଜ୍ୟପାଳଙ୍କ ନିକଟରେ ସଂଘ ଦାବି କରିଛି। ଏହି ଅବସରରେ କଳିଙ୍ଗ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ଲିଙ୍ଗରାଜ ରାଉତ, ଉପସଭାପତି ନିରଞ୍ଜନ ରେଡ୍ଡୀ, ସ୍ମରଜିତ୍‌ ଆର୍ଯ୍ୟଙ୍କ ନେତୃତ୍ୱରେ ରାଜ୍ୟ ଆବାହକ ସୁକାନ୍ତ ରାଉତ, ସମ୍ପାଦକ ବିଦ୍ୟାଧର ବାରିକ, କୋଷାଧ୍ୟକ୍ଷ ଗୌରୀ ପ୍ରସାଦ ମହାନ୍ତି, ଭୁବନେଶ୍ୱର ଜିଲା ସଭାପତି ମନୋରଞ୍ଜନ ମିଶ୍ର, ସମ୍ପାଦକ ସୌଭାଗ୍ୟ ରଞ୍ଜନ ମହାନ୍ତିି ଉପସ୍ଥିତ ଥିଲେ।

Share