Categories: ଜାତୀୟ

ସାମ୍ବା ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ: ପାକିସ୍ତାନ ଅନୁପ୍ରବେଶକାରୀ ନିହତ

ଶ୍ରୀନଗର,୧୩।୧୨: ଜମ୍ମୁ-କଶ୍ମୀରର ସାମ୍ବା ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ହତ୍ୟା କରାଯାଇଛି। ଶୁକ୍ରବାର ଭାରତର ସୀମା ଲାଇନ୍‌ ଅଫ୍‌ କଣ୍ଟ୍ରୋଲ(ଏଲ୍‌ଓସି)ରେ ପାକିସ୍ତାନର କିଛି ଅନୁପ୍ରବେଶକାରୀ ଅନୁପ୍ରବେଶ ଉଦ୍ୟମ କରୁଥିବା ଦେଖି ଭାରତୀୟ ସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ମାଙ୍ଗୁଚକ ସୀମା ଚୌକି ଅଞ୍ଚଳରେ ମୁତୟନ ଥିବା ବିଏସ୍‌ଏଫ୍‌ ଯବାନ ସେମାନଙ୍କ ଉପରେ ଗୁଳିଚାଳନା କରିଥିଲେ। ଏଥିରେ ଜଣେ ଅନୁପ୍ରବେଶକାରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତଦେହକୁ ଭାରତୀୟ ସେନା ପୋଲିସକୁ ହସ୍ତାନ୍ତର କରିଛି। ଏଥିସହ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏବେ ବି ସର୍ଚ୍ଚ ଅପରେଶନ୍‌ ଜାରି ରହିଛି।

Share