ସାମ୍‌ନାକୁ ଆସିଲେ ରାଖୀ ସାଓ୍ବନ୍ତଙ୍କ ଝିଅ

ମୁମ୍ବାଇ : ନିଜର ଅଜବ୍‌ କାର୍ଯ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରୁଥିବା ବଲିଉଡ୍‌ର ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ବାହାହେବାର ୩ ମାସ ପରେ ତାଙ୍କ ଝିଅ ସାମ୍‌ନାକୁ ଆସିଛନ୍ତିି। ହଠାତ୍‌ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ବ୍ରିଟେନ୍‌ ବ୍ୟବସାୟୀ ରୀତେଶ୍‌ଙ୍କୁ ବିବାହ କରିଥିବା କିଛିମାସ ତଳେ ରାଖୀ କହିଥିଲେ। ରୀତେଶ୍‌ଙ୍କ ସହ କେବେ ଫଟୋ ଶେୟାର୍‌ କରି ନ ଥିବା ରାକ୍ଷୀ ଏବେ ସ୍ବାମୀଙ୍କ ସହ ଲଣ୍ଡନରେ ରହୁଥିବା କହିଛନ୍ତି। ବେଶ୍‌ ଖୁସି ଅଛନ୍ତି ଓ ରୋଷେଇ ଶିଖୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ହେଲେ ଗୁରୁବାର ସେ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟରେ ନିଜ  ଝିଅକୁ ସାମ୍‌ନାକୁ ଆଣିଛନ୍ତି। ଝିଅଟି ମଧ୍ୟ ରାଖୀଙ୍କୁ ମମ୍‌ ବୋଲି ସମ୍ବୋଧନ କରୁଛି। ଏଥିରେ ନିଜ ଝିଅକୁ ଆଶୀର୍ବାଦ ଦେବା ଲାଗି ରାଖୀ ଫ୍ୟାନମାନଙ୍କୁ ଅନୁରୋଧ କରିଛନ୍ତି। ଏହାକୁ ନେଇ ରାଖୀଙ୍କୁ ଟ୍ରୋଲ୍‌ କରାଯାଇଛି। ପ୍ରକୃତରେ ସେ ଝିଅ କିଏ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିହୋଇଛି।

Share