Categories: ଜାତୀୟ

‘ସାମ୍‌ନା’ର ନୂଆ ସମ୍ପାଦିକା ହେଲେ ରଶ୍ମୀ

ମୁମ୍ବାଇ,୧।୩: ଶିବସେନାର ମୁଖପତ୍ର ‘ସାମ୍‌ନା’ର ନୂଆ ସମ୍ପାଦିକା ଭାବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପତ୍ନୀ ରଶ୍ମୀ ଠାକରେଙ୍କୁ ନିଯୁକ୍ତ କରାଯାଇଛି। ପୂର୍ବରୁ ଏହାର ସମ୍ପାଦକ ପଦରେ ନିଜେ ଉଦ୍ଧବ ଠାକରେ ଥିବା ବେଳେ ଏବେ ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ପଦ ଓ ଅନ୍ୟପଟେ ‘ସାମ୍‌ନାର’ର ସମ୍ପାଦକ ପଦ ସମ୍ଭାଳିବା ତାଙ୍କ ପାଇଁ କଷ୍ଟକର ହୋଇ ପଡିଛି। ତେଣୁ ଏବେ ସେ ‘ସାମ୍‌ନା’ର ସମ୍ପାଦକ ପଦ ରଶ୍ମୀକୁ ଦେଇଛନ୍ତି। ସୂଚନାଯୋଗ୍ୟ, ସର୍ବପ୍ରଥମେ ବାଲ ଠାକରେ ଏହାର ସମ୍ପାଦକ ଥିଲେ। ତାଙ୍କ ପରେ ଉଦ୍ଧବ ଏହି ଦାୟିତ୍ୱ ସମ୍ଭାଳିଥିଲେ। ଅନ୍ୟପଟେ ଉଦ୍ଧବ ମୁଖ୍ୟମନ୍ତ୍ରୀ ହେବା ପରେ ରଶ୍ମୀ ଏବେ ସକ୍ରିୟ ରାଜନୀତି ଆଡକୁ ପାଦ ବଢାଇଛନ୍ତି। ଏବେ ରଶ୍ମୀ ଶିବସେନା ମହିଳା ସଙ୍ଗଠନର ନେତୃତ୍ୱ ନେଇଛନ୍ତି। ରାଜ୍ୟସଭା ଏମ୍‌ପି ସଞ୍ଜୟ ରାଉତ ‘ସାମ୍‌ନା’ର କାର୍ଯ୍ୟକାରୀ ସମ୍ପାଦକ ଭାବେ କାର୍ଯ୍ୟ କରିବେ।

Share