Categories: ବାଣିଜ୍ୟ

ସାମ୍‌ସଙ୍ଗ ଗାଲାକ୍ସି ନୋଟ୍‌ ୧୦ ଲାଇଟ୍‌ରେ ମିଳୁଛି ଜବରଦସ୍ତ ଅଫର୍‌; ୫ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ୍

‌ନୂଆଦିଲ୍ଲୀ,୨୧।୬: ପ୍ରମୁଖ ସ୍ମାର୍ଟଫୋନ ନିର୍ମାଣକାରୀ କମ୍ପାନୀ ସାମ୍‌ସଙ୍ଗ ଏହାର ଲୋକପ୍ରିୟ ସିରିଜ୍‌ ଗାଲାକ୍ସି ନୋଟ୍‌ ୧୦ ଲାଇଟ୍‌ ମୂଲ୍ୟରେ ହ୍ରାସ କରିଛି। ଏହା କମ୍ପାନୀର ଏକ ପ୍ରିମିୟମ ହ୍ୟାଣ୍ଡସେଟ। ଏସ୍‌ ପେନ୍‌ ସହ ଆସୁଥିବା ଉକ୍ତ ଫୋନଟିର ଦାମ ୪ ହଜାର ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି। ମଡେଲଟିର ୬ ଜିବି ଭାରିଆଣ୍ଟର ମୂଲ୍ୟ ବର୍ତ୍ତମାନ ୩୭,୯୯୯ ଟଙ୍କା ରହିଥିବା ବେଳେ ୮ଜିବି ଭାରିଆଣ୍ଟର ମୂଲ୍ୟ ୩୯,୯୯୯ ଟଙ୍କା ପଡୁଛି। ସେହିଭଳି ସିଟି ବ୍ୟାଙ୍କ୍‌ ଡେବିଟ୍‌ ଏବଂ କ୍ରେଡିଟ କାର୍ଡ ଉପରେ ଗ୍ରାହକମାନେ କ୍ରୟ ଉପରେ ୫ ହଜାର ଟଙ୍କା କ୍ୟାଶବ୍ୟାକ ପାଇପାରିବେ। ଅର୍ଥାତ କ୍ୟାଶବ୍ୟାପ ଯୋଗୁ ହ୍ୟାଣ୍ଡଗୁଡିକର ମୂଳ ମୂଲ୍ୟରେ ୫ ହଜାର ଟଙ୍କା ହ୍ରାସ ଘଟିବ। ଚଳିତ ମାସ ଶେଷ ଯାଏ ଗ୍ରାହକ ଏହି ଅଫରର ଲାଭ ନେଇ ହେବ। ଏହି ମଡେଲଟିକୁ କମ୍ପାନୀ ଚଳିତ ବର୍ଷ ଜାନୁୟାରୀରେ ବଜାରକୁ ଛାଡିଥିଲା। ଏଥିରେ ୬.୭ ଇଞ୍ଚର ଫୁଲ ଏଚ୍‌ଡି, ଇନଫିନିଟି ଓ ସୁପର ଆମୋଲେଡ ଡିସ୍‌ପ୍ଲେ, ଆଣ୍ଡ୍ରଏଡ ୧୦ ସହ ୧୨ ମେଗା ପିକ୍ସେଲ ପ୍ରାଇମେରି କ୍ୟାମେରା, ୧୨ ମେଗା ପିକ୍ସେଲ ଓ୍ବାଇଡ ଆଙ୍ଗେଲ ଏବଂ ୧୨ ମେଗାପିସ୍କେଲ ଟେଲିଫୋଟୋ ସେଣ୍ଟର ରହିଛି। ଗ୍ରାହକ ଏଥିରେ ୩୧ ମେଗା ପିକ୍ସେଲର ସେଲ୍ଫି କ୍ୟାମେରା ମଧ୍ୟ ପାଇବେ। ଏହାବାଦ ୮ ଜିବି ରାମ୍‌, ୧୨୮ ଜିବି ଇନବିଲ୍ଟ ଷ୍ଟୋରେଜ, ମାଇକ୍ରୋ ଏସ୍‌ଡି କାର୍ଡ ଦ୍ୱାରା ଷ୍ଟୋରେଜ କ୍ଷମତା ବୃଦ୍ଧି, ୪୫୦୦ ଏମ୍‌ଏଏଚ୍‌ ବ୍ୟାଟେରୀ ଏବଂ ଫାଷ୍ଟ ଚାର୍ଜିଂ ସପୋର୍ଟ ସହ ଏହା ବଜାରକୁ ଆସିଛି।

Share