ନୂଆଦିଲ୍ଲୀ,୧୮।୪: କରୋନା ପାଇଁ ଉପୁଜିଥିବା ସ୍ଥିତିର ମୁକାବିଲା ଲାଗି ସାମ୍ସଙ୍ଗ ପକ୍ଷରୁ ୨୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। କମ୍ପାନୀ ପିଏମ୍ କେୟାର୍ସ ପାଣ୍ଠିକୁ ୧୫ କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ଉତ୍ତର ପ୍ରଦେଶ ଏବଂ ତାମିଲନାଡୁ ସରକାରଙ୍କ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫ କୋଟି ଟଙ୍କା ପ୍ରଦାନ କରିଛି। ଏହି ରାଶି ମଧ୍ୟରେ ସାରା ଦେଶରୁ କମ୍ପାନୀର କର୍ମଚାରୀଙ୍କ ଯୋଗଦାନ ମଧ୍ୟ ସାମିଲ ରହିଛି। ଏହାବାଦ କମ୍ପାନୀ ସାରା ଦେଶରେ ବିଭିନ୍ନ ସ୍ଥାନରେ ପିଇଇ କିଟ୍ସଏବଂ ପର୍ସନାଲ ପ୍ରିଭେଣ୍ଟିଭ୍ ଇକ୍ୱିପମେଣ୍ଟ ମଧ୍ୟ ପ୍ରଦାନ କରିଛି। ଏହାବାଦ ବିଭିନ୍ନ ହସ୍ପିଟାଲକୁ କମ୍ପାନୀ ଏହାର ଏୟାର ପ୍ୟୁରିଫାୟର ମଧ୍ୟ ପ୍ରଦାନ କରିଛି। ସେହିଭଳି ଡିଜିଟାଲ ଏକ୍ସରେ, ଡିଜିଟାଲ ଅଲ୍ଟାସାଉଣ୍ଡ ସହ ଫସି ରହିଥିବା ଲୋକମାନଙ୍କୁ ଖାଦ୍ୟ ପ୍ୟାକେଟ ଯୋଗାଇ ଦିଆଯାଇଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି।