ସାରଥି ସତ୍‌ସଙ୍ଗ ସ୍ଥଳରେ ପୋଲିସ

ଭଦ୍ରକ ଅଫିସ, ୧୧।୧୦ – ଭଦ୍ରକ ପୌରାଞ୍ଚଳ ମଠସାହି ନିକଟ ଏକ ଘରେ ଗୁରୁବାର ରାତି ପ୍ରାୟ ୮ଟା ବେଳେ ବାବା ସାରଥିଙ୍କ ସତ୍‌ସଙ୍ଗ କାର୍ଯ୍ୟକ୍ରମ ଚାଲିଥିଲା। ଖବର ପାଇ କେତେକ ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚିଥିଲେ। ପରେ ଭଦ୍ରକ ଟାଉନ ଥାନାଧିକାରୀ ସରୋଜିନୀ ସିଂ ପହଞ୍ଚି ପଚରାଉଚରା କରିଥିଲେ। ବାବା ସାରଥି ଓରଫ୍‌ ସନ୍ତୋଷ ରାଉଳ ଜେଲରୁ ଫେରିବା ପରେ ସେ କିମ୍ବା ତାଙ୍କର କୌଣସି ଭକ୍ତ ପୂଜାର୍ଚ୍ଚନା କି ସତ୍‌ସଙ୍ଗ କରିପାରିବେ ନାହିଁ ବୋଲି କଟକଣା ଥିବାବେଳେ ଭଦ୍ରକରେ ଏଭଳି ସତ୍‌ସଙ୍ଗ କାର୍ଯ୍ୟକ୍ରମ ହେବା ଘଟଣା ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ପୋଲିସ ଉକ୍ତ ଘରେ ପହଞ୍ଚି ଅଧିକ ତନାଘନା ଚଳାଇଛି।