ସାରସ୍ବତ ସମ୍ମାନରେ ସମ୍ମାନିତ ହେଲେ କବି ହୁସେନ୍‌ ରବି ଗାନ୍ଧୀ

ଛତ୍ରପୁର,୧୬ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ସଂସ୍କୃତି ଭବନ ପାଠାଗାରରେ ରବିବାର ଓଡ଼ିଶା ସାହିତ୍ୟ ସଂସ୍କୃତି ବିକାଶ ପ୍ରତିଷ୍ଠାନ ପକ୍ଷରୁ କବି ଡ. ହୁସନେ୍‌ ରବି ଗାନ୍ଧୀଙ୍କୁ ବିଶିଷ୍ଟ ସାରସ୍ବତ ସମ୍ମାନ ପ୍ରଦାନ କରାଯାଇଛି। ଏହି ସମାବେଶକୁ ବରିଷ୍ଠ ଶିକ୍ଷାବିତ୍‌ ଗୌରୀ ଶଙ୍କର ପାଢ଼ୀ ଉଦ୍‌ଘାଟନ କରିଥିଲେ ା ଅନୁଷ୍ଠାନର ସଭାପତି ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ କବି ସୁଶାନ୍ତ ଦାଶ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ା ଓଡ଼ିଶା ସାହିତ୍ୟ ସଂସ୍କୃତି ବିକାଶ ପ୍ରତିଷ୍ଠାନର ପ୍ରତିଷ୍ଠାତା ତଥା ପୂର୍ବତନ ବିଧାୟକ ଏନ୍‌ ନାରାୟଣ ରେଡ୍ଡୀ ସ୍ବାଗତ ସମ୍ଭାଷଣରେ ଡ. ହୁସେନ୍‌ ରବି ଗାନ୍ଧୀଙ୍କ ସାହିତ୍ୟ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ ା ମୁଖ୍ୟ ଅତିଥି ଭାବେ କବି ଅବନୀ ରଞ୍ଜନ ଦାଶ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ମୁଖ୍ୟବକ୍ତା ଭାବେ ବିଘ୍ନେଶ୍ୱର ସାହୁ ଯୋଗ ଦେଇଥିଲେ। ଏହି ଅବସରରେ ସାମାଜିକକର୍ମୀ ଶ୍ରୀନିବାସ ରାଓ, ସାହିତି୍ୟକ ତ୍ରିନାଥ ନାୟକ, କବି ଅଜିତ୍‌ କୁମାର ସେଠୀ, କବି ଗୌର ଚନ୍ଦ୍ର ଷଡ଼ଙ୍ଗୀ, ସାମାଜିକ କର୍ମୀ ସୟଦ୍‌ ମୁକ୍ତାର, ଶିକ୍ଷାବିତ୍‌ ଲିଙ୍ଗରାଜ ଜେନା, କବି ତ୍ରିନାଥ ପ୍ରଧାନ ଓ କବି ଆର୍‌ ସୁନନ୍ଦା ଚୌଧୁରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କବି ବିମ୍ବାଧର ଷଡ଼ଙ୍ଗୀଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। କବି ସୁବର୍ଣ୍ଣମାଳା ବିଷୋୟୀ, ଅମୀୟ କୁମାର ଧଳ, ଲକ୍ଷ୍ମଣ ପଣ୍ଡା, ଦୀପ୍ତିଲେଖା ମିଶ୍ର, ଅଜିତ୍‌ କୁମାର ସାବତ, ସୁଜିତ୍‌ କୁମାର ପଣ୍ଡା, ଜୟନ୍ତୀ ବେହେରା, ସଂଜୟ କୁମାର ଷଡ଼ଙ୍ଗୀ, ଅମିତାଭ ସାହୁ, ବ୍ରଜ ମୋହନ ଆଚାର୍ଯ୍ୟ, ଭାଗିରଥୀ ବେହେରା, ଅଜୟ ତ୍ରିପାଠୀ ପ୍ରମୁଖ କବିତା ପାଠ କରିଥିଲେ। ନିରଞ୍ଜନ ତ୍ରିପାଠୀ, ମୁରଲି ଦାଶ, ଦୀପ୍ତିମିତା ମହାପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ଜିଲାଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ହେବ: ମୁଖ୍ୟମନ୍ତ୍ରୀ

ଭଞ୍ଜନଗର,୩୦ା୩(ବାବୁଲା ପ୍ରଧାନ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭବାନୀପାଟଣାର ରିଶିଗାଁ ଠାରେ ରବିବାର ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ରାଜ୍ୟର...

୩୫୪ଜଣଙ୍କୁ କାର୍ଯ୍ୟାଦେଶ ଦେଲେ ଭଞ୍ଜନଗର ବିଧାୟକ; ଯୋଗ୍ୟ ହିତାଧୀକାରୀ ବଞ୍ଚିତ ହେଲେ କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୩୦।୩(ବାବୁଲା ପ୍ରଧାନ)-ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭବାନୀପାଟଣାର ରିଶିଗାଁଠାରେ ରବିବାର ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି। ଆଭାସି ମାଧ୍ୟମରେ ରାଜ୍ୟର ଅଧିକାଂଶ ବ୍ଲକରେ ଏହି...

ଗଞ୍ଜାମରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୪୦୫୪ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ

ଛତ୍ରପୁର, ୩୦।୩(ସନ୍ତୋଷ ପାଢ଼ୀ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା କଳାହାଣ୍ତି ଭବାନୀପାଟଣା ରିସିଗାଁ ଶ୍ରୀକୃଷ୍ଣ ନଗର ପଡ଼ିଆଠାରେ ରବିବାର ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ...

ଗଞ୍ଜେଇ ସିଗାରେଟ୍‌ ବିକ୍ରି କରି ଫଶିଲେ, ଜଣଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର,୩୦।୩: ଗଞ୍ଜାମ ଜିଲା ବ୍ରହ୍ମପୁର ଷ୍ଟାଡିୟମ ନିକଟରେ ଗଞ୍ଜେଇ ସିଗାରେଟ ବିକ୍ରି କରୁଥିବା ଅଭିଯୋଗରେ ଟାଉନ ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ସାରେ ବାନ୍ଧିଛି। ଅଭିଯୁକ୍ତ...

୫ ବର୍ଷରେ ୩୫୧୬ ଅପମୃତ୍ୟୁ

ବ୍ରହ୍ମପୁର, ୩୦ା୩(ସୁବାସ ଚନ୍ଦ୍ର ପାଢ଼ୀ)ଦକ୍ଷିଣ ଓଡିଶାର ଏକମାତ୍ର ସରକାରୀ ରେଫରାଲ ହସ୍ପିଟାଲ ହେଉଛି ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲ। ଏଠାକୁ ଦକ୍ଷିଣ ଓଡିଶା ଓ ଖୋର୍ଦ୍ଧା...

ଗଞ୍ଜାମ ଓକିଲ ସଂଘ ନିର୍ବାଚନ: ମନୋଜ ସଭାପତି, ଭେଙ୍କଟ ସମ୍ପାଦକ

ବ୍ରହ୍ମପୁର, ୨୯।୩ : ଗଞ୍ଜାମ ଓକିଲ ସଂଘର ନିର୍ବାଚନ ୨୦୨୫-୨୬ ପାଇଁ ଶନିବାର ଭୋଟ ଗ୍ରହଣ ହୋଇଛି। ସଭାପତି ଭାବେ ବରିଷ୍ଠ ଆଇନଜୀବୀ ମନୋଜ ପଟ୍ଟନାୟକ...

ଛତ୍ରପୁର ଓକିଲ ସଂଘ: ପ୍ରଦୀପ ଷଷ୍ଠ ଥର ପାଇଁ ସଭାପତି ନିର୍ବାଚିତ

ଛତ୍ରପୁର,୨୯ା୩(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଫଳାଫଳ ଘୋଷଣା ହୋଇଛି। ସଙ୍ଘର ସଭାପତି ଭାବେ ଷଷ୍ଠ ଥର...

ଖେମୁଣ୍ଡିି ଓକିଲ ସଂଘ ନିର୍ବାଚନ: ପ୍ରଦୀପ ସମ୍ପାଦକ ଭାବେ ନିର୍ବାଚିତ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କେବଳ ସମ୍ପାଦକ ପଦବୀ ପାଇଁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଶନିବାର ଶାନ୍ତିଶୃଙ୍ଖଳାର ସହ ମତଦାନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image