ସାରସ୍ବତ ସାଧିକା ସଂଯୁକ୍ତା

ପେସା ଶିକ୍ଷକତା, ହେଲେ ଲେଖାଲେଖି ସତେ ଯେମିତି ତାଙ୍କ ପାଇଁ ନିଶା ପାଲଟିଯାଇଛି। ସେ ହେଲେ ସଂଯୁକ୍ତା ମହାପାତ୍ର। ଯାଜପୁର ଜିଲା ବଡ଼ ତ୍ରିଲୋଚନପୁର ଗ୍ରାମରେ ତାଙ୍କର ଜନ୍ମ। ଶଙ୍ଖଚିଲାସ୍ଥିତ ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଦାନରେ ନିଜକୁ ନିୟୋଜିତ ରଖିଛନ୍ତି ସେ। ସାବିତ୍ରୀ ମହାପାତ୍ର ଏବଂ ନୀଳାମ୍ବର ମହାପାତ୍ରଙ୍କ ଏହି କନ୍ୟା ଯୋଗରେ ସ୍କିଲ୍‌ ଇଣ୍ଡିଆ(ଗ୍ରେଡ୍‌-ଏ)ଡିିଗ୍ରୀ ହାସଲ କରିଛନ୍ତି। ଲେଖାଲେଖି ଜୀବନ କିପରି ଆରମ୍ଭ ହେଲା ପ୍ରଶ୍ନର ଉତ୍ତରରେ କହନ୍ତି, ”ମୋ ଜେଜେମା ରାମାୟଣ, ମହାଭାରତ, ଭାଗବତ, ଲକ୍ଷ୍ମୀପୁରାଣ, ବାୟୁ ପୁରାଣ ,
ହରିବଂଶ , ବିଲଙ୍କା ରାମାୟଣ ଆଦି ପଢ଼ି ତାଙ୍କୁ ଶୁଣାଇବାକୁ ମୋତେ ଉତ୍ସାହିତ କରୁଥିଲେ। ଅତି ଛୋଟ ବେଳୁ ଏସବୁ ପଢ଼ିବାର ସୁଯୋଗ ପାଇଥିବାରୁ ମୁଁ ଗପ ଓ କବିତା ପ୍ରତି ସ୍ବତଃ ଆକର୍ଷିତ ଥିଲି। ତେଣୁ ନିଜେ କିଛି କରିବାର ଇଚ୍ଛା ଥିଲା। ପରେ ମୋ ଭିଣୋଇ, ସ୍ବାମୀ ଓ ପୁଅ ମୋତେ ଲେଖିବାକୁ ପ୍ରୋତ୍ସାହିତ କରିଥିଲେ। ମୁଁ ବହୁ ଛୋଟ ବେଳରୁ ଲେଖାପଢ଼ା ସହ ଜଡ଼ିତ ଥିଲେ ମଧ୍ୟ କଲେଜରେ ପଢ଼ିବା ବେଳେ ମୋର ଓଡ଼ିଆରେ କମ୍‌ ନମ୍ବର ରହିଲା। ୨୦୦୭ରେ ‘ଜାହ୍ନବୀ’ର ସମ୍ପାଦିକା ମୋ ସ୍ବାମୀ ନାରାୟଣ ପ୍ରସାଦ ପତିଙ୍କୁ ଏକ ସଭାକୁ ଅତିଥି କରି ଡାକିଥିଲେ। ସେଠାରେ କବିତା ଆବୃତ୍ତିକରି ପୁରସ୍କୃତ ହେବା ପରେ କବିତା ଲେଖିବା ମୋର ନିଶାରେ ପରିଣତ ହୋଇଥିଲା। ସେଠାରେ କବିତା ପଢୁଥିବା ସମସ୍ତଙ୍କୁ ପ୍ରମାଣପତ୍ର ଦେଲାବେଳେ ମୋତେ ଗୋଟିଏ ଦେଲେ।
ମୁଁ ଏହାକୁ ଏକପ୍ରକାର ଜିଦି ଭାବେ ଗ୍ରହଣକରି ଲେଖା ଆରମ୍ଭକଲି। ଆଉ ୨୦୦୯ରୁ ତ୍ରୈମାସିକ ପତ୍ରିକା ‘ଚିରନ୍ତନୀ’ ମୋ ସମ୍ପାଦନାରେ ଆରମ୍ଭକରିି ନିୟମିତ ଚଳାଇ ଆସୁଛି। ପୌରାଣିକ ବିଷୟବସ୍ତୁ ଆଧାରରେ ଗଳ୍ପ କବିତା ଲେଖି ସମାଜ ସଂସ୍କାର ପାଇଁ ଉଦ୍ୟମ କରିଥାଏ। ବିଶେଷକରି ଶିଶୁମାନଙ୍କ ନିମନ୍ତେ ନୈତିକ ଧର୍ମିକ କଥା ଓ ନାରୀମାନଙ୍କ ସମସ୍ୟାକୁ ଆଧାରକରି ଗଳ୍ପ କବିତା ଲେଖିଥାଏ।
ଶିକ୍ଷକତା ମୋର ବ୍ରତ। ଏହା ମୋତେ ଆନନ୍ଦ ଦିଏ। ମୋ ଶିକ୍ଷକତା ମଧ୍ୟରେ ମୁଁ ବହୁ କଥା ଶିଖିବାକୁ ପାଇଥାଏ। ଏଥିପାଇଁ ମୋତେ ସମୟ ଦେବାକୁ ପଡ଼େନାହିଁ। କାରଣ ପଢ଼ିବା, ଲେଖିବା ଦୁଇଟି କାର୍ଯ୍ୟ ପରସ୍ପର ପରିପୂରକ। ଏହା ବ୍ୟତୀତ ମୁଁ ଯୋଗ ଶିଖାଏ, ସମାଜସେବା କରେ, ଭାରତ ସ୍କାଉଟ ଗାଇଡର ପ୍ରଶିକ୍ଷିକା କାର୍ଯ୍ୟ କରେ, ଇନରହୁଇଲ କ୍ଲବ୍‌ର ପ୍ରତିଷ୍ଠାତା ସଭାପତି। ମୋ ପାଇଁ ସବୁ କାର୍ଯ୍ୟ ଗୋଟିଏ ଗୋଟିଏ ବିନ୍ଦୁ ପରି ସରଳରେଖାରେ ଗତି କରିଥାଏ। ଜଣେ ଶିକ୍ଷୟିତ୍ରୀ ଭାବେ ମୋ ଛାତ୍ରୀଛାତ୍ରଙ୍କୁ କହିବି ଯେ ଜ୍ଞାନ ଅର୍ଜନ କରିବା ଓ ନମ୍ବର ରଖିବା ଦୁଇଟି ଭିନ୍ନ କଥା। ଜ୍ଞାନର କୌଣସି ସୀମା ନ ଥିବାରୁ ଏକ ନିର୍ଦ୍ଦିଷ୍ଟ ବିଷୟ ଅଧ୍ୟୟନର ମୌଳିକ ଉଦ୍ଦେଶ୍ୟ ବୁଝିବା ଆବଶ୍ୟକ। ଜ୍ଞାନକୁ ପ୍ରୟୋଗାତ୍ମକ କଲେ ଏହା ବୃଦ୍ଧି ଘଟେ ଓ ଗୋଟିଏ କ୍ଷେତ୍ରର ଜ୍ଞାନ ଅନ୍ୟ କ୍ଷେତ୍ରରେ ଉପଯୋଗୀ ହୁଏ। ପାଠିକାପାଠକମାନେ କାବ୍ୟ କବିତା, ଗଳ୍ପ, ଉପନ୍ୟାସ ପଢ଼ିବା ବେଳେ ଏହାର ଅନ୍ତର୍ନିହିତ ଭାବକୁ ବୁଝିବା ଉଚିତ। ପ୍ରତ୍ୟେକ ଲେଖାରେ ସମାଜ ନିମନ୍ତେ ଏକ ବାର୍ତ୍ତା ଥାଏ। ଏହାକୁ ବୁଝିଲେ ଲେଖକର ଶ୍ରମ ସାର୍ଥକ ହୁଏ। ମୋର ନିଜର କିଛି ଅବସୋସ ନାହିଁ। କାରଣ ମୋ କାର୍ଯ୍ୟକୁ ମୁଁ ସାରିପାରିବି, ଭଗବାନ ମୋତେ ସମୟ ଦେଲେ ଅନେକ କିଛି କରିବାର ଯୋଜନା ରଖିିଛି। କିନ୍ତୁ ଏବେ ଦେଖାଯାଉଛି ପ୍ରକୃତ ସାହିତି୍ୟକମାନେ ଅନ୍ତରାଳରେ ରହୁଥିବାବେଳେ ଅଣସାହିତି୍ୟକମାନେ ପ୍ରଚାରଧର୍ମୀ ହୋଇପଡ଼ିଛନ୍ତି। ଆଉ ପ୍ରୋତ୍ସାହନ ଅଭାବରୁ ଆମ ଭବିଷ୍ୟତ ପିଢ଼ି ଭାଷା ସାହିତ୍ୟ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି।“ ନିଜର ସାରସ୍ବତ ଜୀବନରେ ପୁରସ୍କାରକୁ ସେ କେବେ ଅଗ୍ରାଧିକାର ଦେଇନାହାନ୍ତି। ଏଥିରେ ନିଜକୁ ଜଡ଼ିତ ରଖି ପାଠିକାପାଠକଙ୍କୁ ଶିକ୍ଷଣୀୟ ଗପ, କବିତା ଉପହାର ଦେବାକୁ ସବୁବେଳେ ପ୍ରାଥମିକତା ଦିଅନ୍ତି ସଂଯୁକ୍ତା। – ଦେବସ୍ମିତା


Enter your email to get our daily news in your inbox.

All Right Reserved By Dharitri.Com

ଭୁଲ୍‌ରେ ବି କ୍ରିସ୍‌ମସ୍‌ ଟ୍ରିକୁ ମୁଖ୍ୟଦ୍ୱାର ସମ୍ମୁଖରେ ରଖିବେ ନାହିଁ, ଜାଣନ୍ତୁ କେଉଁଠି ରଖିବା ଶୁଭ…

ଖୁସିର ପର୍ବ କ୍ରିସ୍‌ମସ୍‌ ଆସିଲେ ଚାରିଆଡ଼େ ସକାରାତ୍ମକ ତଥା ଉତ୍ସବର ପରିବେଶ ଖେଳିଯାଏ। ସେଥିପାଇଁ ପ୍ରଭୁ ଯୀଶୁଙ୍କର ଏହି ମହାନ୍‌ ପର୍ବକୁ ଏବେ ସବୁ ଧର୍ମର...

କ୍ରିସ୍‌ମସ୍‌ରେ ପ୍ରିୟଜନଙ୍କୁ କେଉଁ ଗିଫ୍ଟ ଦେବା ଶୁଭ,ଜାଣନ୍ତୁ…

ଆନନ୍ଦ ଉଲ୍ଲାସର ପର୍ବ କ୍ରିସ୍‌ମସ୍‌କୁ ବେଶ୍‌ ଉତ୍ସାହ ସହକାରେ ଚାରିଆଡ଼େ ପାଳନ କରାଯାଇଥାଏ। ଏହିଦିନ ଅନେକେ ପରସ୍ପରକୁ ଗିଫ୍ଟ ଦେଇ ସୁଖଦ ଭବିଷ୍ୟତର କାମନା କରିଥାନ୍ତି।...

୨୦୨୪ ଶେଷ ସପ୍ତାହରେ ଏହି ୬ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ହେବ ଧନ ବର୍ଷା

ଆଉ କିଛିଦିନ ପରେ ଆରମ୍ଭ ହେବ ଇଂରାଜୀ ନବବର୍ଷ। ଏବେ ଡିସେମ୍ବର ସରିବାକୁ ଯାଉଛି। ତେବେ ଏହି ମାସର ଶେଷ ସପ୍ତାହ ଅର୍ଥାତ୍‌ ୨୩ ଡିସେମ୍ବରରୁ...

ବିବାହ କରିବାକୁ ଯାଉଛନ୍ତି କି? ଜୀବନସାଥୀଙ୍କ ବିଷୟରେ ଏହି ୫ କଥା ଜାଣିନିଅନ୍ତୁ , ନଚେତ…

ମହାନ ରାଜନେତା ତଥା କୂଟନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ବାଳକ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ଭାରତର ସମ୍ରାଟ କରିଥିଲେ। ତାଙ୍କର ନୀତି ମନୁଷ୍ୟ ଜୀବନକୁ ସରସ ସୁନ୍ଦର କରିବା...

ଖାଲି ପ୍ରେମ ନୁହେଁ, ପୁରୁଷସାଥୀଙ୍କ ଭିତରେ ଏସବୁ ଗୁଣକୁ ଖୋଜିଥାନ୍ତି ମହିଳା…

ଖାଲି ପ୍ରେମରେ କଥା ଚଳେନାହିଁ, ସମ୍ପର୍କକୁ ହୃଷ୍ଟପୃଷ୍ଟ କରିବା ଲାଗି ଅନେକ ଜିନିଷ ଲୋଡା। ବିଶେଷକରି ମହିଳାମାନେ ନିଜ ସାଥୀଙ୍କଠାରୁ ପ୍ରେମ ବ୍ୟତିତ ଅନ୍ୟ ଗୁଣକୁ...

ଶିଡ଼ି ତଳେ ଏସବୁ ରଖୁଛନ୍ତି କି? ମାଡ଼ି ଆସିବ ଦାରିଦ୍ରତା, ଘରେ ବଢ଼ିବ….

ସ୍ଥାନର ଅଭାବ ଯୋଗୁ କିଛି ଲୋକ ଶିଡ଼ି ତଳେ ଥିବା ଖାଲି ସ୍ଥାନକୁ ଜିନିଷ ରଖିବା ପାଇଁ ବ୍ୟବହାର କରିଥାନ୍ତି ତ ଆଉ କିଛି ଲୋକ...

ଶୀତଦିନେ କେମିତି ନେବେ କେଶର ଯତ୍ନ

ଶୀତଦିନେ ତ୍ୱଚା ଭଳି କେଶ ମଧ୍ୟ ରୁକ୍ଷ ହୋଇଯାଏ। ତେଣୁ ଏହାର ଉପଯୁକ୍ତ ଯତ୍ନ ନେବାକୁ ହେବ। ଏଥିପାଇଁ ଜାଣି ରଖନ୍ତୁ କିଛି ଟିପ୍ସ… -କେଶକୁ...

ତରକାରିରେ ଲୁଣ ଅଧିକ ହୋଇଯାଇଥିଲେ.. ଆପଣାନ୍ତୁ ଏହି ଉପାୟ

– ତରକାରିରେ ଯଦି ଲୁଣ ଅଧିକ ହୋଇଯାଇଥାଏ ତେବେ ସେଥିରେ କଞ୍ଚାଆଳୁକୁ କାଟି ପକାଇ ଦିଅନ୍ତୁ। ତରକାରିର ମାତ୍ରା ଅନୁସାରେ ଆଳୁ ଖଣ୍ଡେ ଅବା ୨ଖଣ୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri