ସାରାଙ୍କୁ ଆଣିବାକୁ ଏୟାରପୋର୍ଟ ପହଞ୍ଚିଲେ ଆର୍ୟନ

ମୁମ୍ବାଇ: ନିକଟରେ ସୈଫଙ୍କ ଲଳନା ତଥା ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାଁ ଇମତିଆଜ୍‌ ଅଲ୍ଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଲଭ୍‌ ଆଜ କଲ୍‌-୨’ର ଶୁଟିଂ ସାରିବା ପରେ ମା’ ଅମୃତା ଓ ଭାଇ ଇବ୍ରାହିମ୍‌ଙ୍କ ସହ ଲଣ୍ଡନ ଛୁଟି ମନାଇବାକୁ ଯାଇଥିଲେ। ବୁଧବାର ବିଳମ୍ବିତ ରାତିରେ ସାରା ତାଙ୍କ ପରିବାରଙ୍କ ସହ ମୁମ୍ବାଇ ଫେରିଥିବା ବେଳେ କାର୍ତ୍ତିକ ଆର୍ୟନ ତାଙ୍କୁ ଆଣିବା ପାଇଁ ଏୟାରପୋର୍ଟରେ ପହଞ୍ଚିଥିଲେ। ଏହି ସମୟରେ ସେ ମୁହଁ ଲୁଚାଇ ଚାଲିଯିବାର ଚେଷ୍ଟା କରୁଥିବା ବେଳେ କ୍ୟାମେରା ଆଖିରୁ କିନ୍ତୁ ଖସିଯାଇପାରି ନ ଥିଲେ। ଇମତିଆଜଙ୍କ ଫିଲ୍ମରୁ ସାରା ଓ କାର୍ତ୍ତିକ ପ୍ରଥମ ଥର ଏକାଠି ସ୍କ୍ରିନ ଶେୟାର କରୁଥିବା ବେଳେ ଉଭୟ ପରସ୍ପରଙ୍କୁ ଡେଟ୍‌ କରୁଥିବା ନେଇ ବି-ଟାଉନରେ ଚର୍ଚ୍ଚା ଲାଗିରହିଛି। ପୂର୍ବରୁ ସାରା କାର୍ତ୍ତିକଙ୍କୁ ପସନ୍ଦ କରନ୍ତି ବୋଲି ରିୟଲିଟି ଶୋ’ରେ ମଧ୍ୟ କହିସାରିଛନ୍ତି। ବହୁଥର ଦୁଇଜଣ ଏକାଠି ବୁଲୁଥିବାର ନଜର ଆସିଥିବା ବେଳେ ଉଭୟଙ୍କ ମଧ୍ୟରେ ଭଲ ବଣ୍ଡିଂ ଥିବା ଦେଖିବାକୁ ମିଳିଛି। ତେବେ ଦୁହିଁଙ୍କୁ ପରଦାରେ ଏକାଠି ଦେଖିବାକୁ ଫ୍ୟାନ୍ସମାନେ ଉତ୍ସାହିତ ଅଛନ୍ତି ।

Share